Latest Odisha News

BREAKING NEWS

ଅଚାନକ ଦିଲ୍ଲୀ ସ୍ଥିତ ଗୁରୁଦ୍ୱାର ରକବ ଗଞ୍ଜରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ରବିବାର ସକାଳୁ ସକାଳୁ ଦିଲ୍ଲୀ ସ୍ଥିତ ଗୁରୁଦ୍ୱାର ରକବ ଗଞ୍ଜ ସାହିବରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ପୂର୍ବରୁ କିଛି ସ୍ଥିର ହୋଇ ନଥିଲା । ସାଧାରଣ ଲୋକଙ୍କ ଭଳି ହଠାତ ଗୁରୁଦ୍ୱାରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ଗୁରୁ ତେଗ ବାହାଦୂରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଆଜି ହେଉଛି ଗୁରୁ ତେଗ ବାହାଦୂରଙ୍କ ଶ୍ରାଦ୍ଧ ଦିବସ । ଏହି ଅବସରରେ ସେଠାରେ ଅଚାନକ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ।

ଗୁରୁଦ୍ୱାର ରକବ ଗଞ୍ଜ ଗସ୍ତ ପୂର୍ବରୁ ପଞ୍ଜାବୀ ଭାଷାରେ ଶିଖ ଧର୍ମଗୁରୁଙ୍କ ସହିଦ ଦିବସରେ ଟ୍ୱିଟ୍ କରିଥିଲେ ପ୍ରଧାନମନ୍ତ୍ରୀ । ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଶିଖ୍ ଧର୍ମର ୧୦ଜଣ ଗୁରୁଙ୍କ ମଧ୍ୟରୁ ନବମ ଥିଲେ ଗୁରୁ ତେଗ ବାହାଦୂର । ୧୬୨୧ରୁ ୧୬୭୫ ଭିତରେ ସେ ଶିଖ ଧର୍ମର ପ୍ରଚାର ପ୍ରସାର କରିଥିଲେ ।

Leave A Reply

Your email address will not be published.