ନୂଆଦିଲ୍ଲୀ: ସୋମାବର ବିଜେପି ୪୦ ବର୍ଷରେ ପାଦ ଦେଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସ୍ ବିରୋଧରେ ଦୀର୍ଘ ଦିନ ଲଢ଼େଇ ଚାଲିବ। ତେଣୁ, ଲୋକେ କ୍ଳାନ୍ତ ହୁଅନ୍ତୁ ନାହିଁ କି, ପରାସ୍ତ ହୁଅନ୍ତୁ ନାହିଁ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ କହିଛନ୍ତି । ଏ ଲମ୍ବା ଲଢ଼େଇ । ଏଥିରେ ଆମେ ଜିତିବା ହାରିବା ନାହିଁ ବୋଲି ମୋଦି କହିଛନ୍ତି । ଏଥିସହ ସେ ଦଳର ସମସ୍ତ ସଦସ୍ୟଙ୍କୁ କରୋନା ଲଢ଼େଇରେ ସାମିଳ ହେବାକୁ ଆହ୍ୱାନ କରିଛନ୍ତି ।
ଦେଶରେ କରୋନା ଆତଙ୍କ ଖେଳାଇଛି । ଏଭଳି ଜଟିଳ ସମୟରେ ବିଜେପିର ସମସ୍ତ ସଦସ୍ୟ ମିଳିତ ଭାବେ ଲୋକଙ୍କ ସହାୟତା କରିବାକୁ ଆଗେଇ ଆସିବା ଉଚିତ ବୋଲି ସେ କହିଛନ୍ତି। ଏହାଛଡ଼ା ଅସୁବିଧାରେ ଥିବା ବ୍ୟକ୍ତିବିଶେଷଙ୍କୁ ସହାୟତା କରିବାକୁ ମଧ୍ୟ ସେ କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହି ସଙ୍କଟମୟ ପରିସ୍ଥିତିରେ ଯେମିତି କେହି ଭୋକିଲା ନ ରୁହନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ସେ ତାଙ୍କୁ କହିଛନ୍ତି । ଏଥିସହ ଦଳର ସଦସ୍ୟମାନେ ମୂଳ ଲକ୍ଷ୍ୟକୁ ନ ଭୁଲି ଜନସାଧାରଣଙ୍କ ସେବା ପ୍ରତି ଧ୍ୟାନ ଦେବା ଜରୁରୀ ବୋଲି ମୋଦି କହିଛନ୍ତି ।
BREAKING NEWS
- ବନ୍ୟା ପରେ ନେପାଳରେ ଭୂକମ୍ପ, ତୀବ୍ରତା ୫.୦…
- ଫାୟାର ସେଫ୍ଟି ନିୟମ ନମାନିଲେ ବନ୍ଦ ହେବ କୋଚିଂ ସେଣ୍ଟର…
- ବିଶ୍ୱରେ ସବୁଠୁ ଅଧିକ ଟଙ୍କା ପାଉଥିବା ପ୍ରଧାନମନ୍ତ୍ରୀ : ବଢ଼ିଲା ବାର୍ଷିକ ୧ ନିୟୁତ ଡଲାର
- ପାର୍ବଣ ଋତୁ ପୂର୍ବରୁ ସୁରକ୍ଷା ପ୍ରସ୍ତୁତି ପାଇଁ ଡିଜିପିଙ୍କ ନିର୍ଦ୍ଦେଶ;ଗୁଇନ୍ଦା ସୂଚନା ସଂଗ୍ରହ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଉପରେ ଗୁରୁତ୍ୱାରୋପ
- ଆଖୁ ଉତ୍ପାଦନ ବଢ଼ାଇବାକୁ ଆଧୁନିକ ଆଖୁ ଚାଷ ଉପରେ ଗୁରୁତ୍ୱ ବୃଦ୍ଧି କରିଛି ରାଜ୍ୟ
- “ମାଳିପୁଟ ମେଲୋଡିଜ୍” ଏହି ଦିନ ହେବ ରିଲିଜ;କୋରାପୁଟରେ ଜୀବନ ଓ ସଂଘର୍ଷର କାହାଣୀ କହିବ …
- ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ
- ଓଡ଼ିଶାରେ ଗୁଜୁରାଟର ସ୍ୱତନ୍ତ୍ର ଡିଆରଆଇ ଟିମ; କଲରାପତରିଆ ବାଘ ଛାଲ ଜବତ,ଜଣେ ଗିରଫ
- ୨୪ ଘଣ୍ଟା ଭିତରେ ଓଡ଼ିଶାରେ ଦୁଇଟି ବ୍ୟାଙ୍କ ଲୁଟ୍: ବନ୍ଧୁକ ମୁନରେ ସୁନ୍ଦରଗଡ଼ ଓ ବାଲେଶ୍ୱରରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
- କଣ୍ଟେନରରୁ ମିଳିଲା ୧ କୋଟି ଟଙ୍କାର ଗଞ୍ଜେଇ;୨ ଗିରଫ

Comments are closed.