Latest Odisha News

ଇସ୍ତଫା ଦେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ !

ଲାହୋର: ପାକିସ୍ତାନ ଏବେ ସବୁ ଦିଗରୁ କଲବଲ ହେବାରେ ଲାଗିଛି । ଆତଙ୍କବାଦ, ଚୀନ ସହ ବନ୍ଧୁତା, ତାଲିବାନ ସହ ଶତ୍ରୁତା ଏବଂ ଶେଷରେ କ୍ଷତିଗ୍ରସ୍ତ ଅର୍ଥନୀତି ଧିରେ ଧିରେ ଏହାକୁ ରସାତଳକୁ ନେବାରେ ଲାଗିଛି । ପାକିସ୍ତାନ ଉପରେ ବିଦେଶୀ ଋଣ ବଢ଼ିବାରେ ଲାଗିଛି । ଦରବୃଦ୍ଧି ୪୦ ପ୍ରତିଶତ ପାଖାପାଖି ପଂହଚି ଗଲାଣି । ରିପୋର୍ଟ ଅନୁସାରେ ଚୀନ ଏବେ ଏକ ଗୁପ୍ତ ବୁଝାମଣା ମାଧ୍ୟମରେ ୭୦୦ ମିଲିୟନ ଡଲାର ଋଣ ବାବଦକୁ ଦେଇଛି । ପ୍ରଧାନମନ୍ତ୍ରୀ ଶାହବାଜ ଶରୀଫଙ୍କୁ ଆଉ ପ୍ରଧାନମନ୍ତ୍ରୀ ପଦ ଭଲ ଲାଗୁନି । ମୂଖ୍ୟତଃ ସେ ଉପରୋକ୍ତ ସମସ୍ୟାର ସମାଧାନ ବାହାର କରିବାରେ ବିଫଳ ହୋଇଛନ୍ତି ।

ସେନା ଏବଂ ସହଯୋଗୀ ରାଜନେତାମାନେ ତାଙ୍କୁ ପଦରୁ ଇସ୍ତଫା ଦେବା ଚାପ ପକାଇବା ଆରମ୍ଭ କରିଛନ୍ତି । ସେ ଖୁବ ଶୀଘ୍ର ତାଙ୍କ ଇସ୍ତଫା ଦେବେ ବୋଲି ଜଣାପଡିଛି । ନ୍ୟାଶନାଲ ଗଭର୍ଣ୍ଣମେଂଟ, ଟେକ୍ନୋକ୍ରେଟ ଗଭର୍ଣ୍ଣମେଂଟ ଓ ମାର୍ଶାଲ ଲ ମଧ୍ୟରେ ଶାହାବଜା ଅଣ ନିଶ୍ୱାସୀ ହୋଇ ପଡିଛନ୍ତି । ତେବେ ସେ କେବେ ଇସ୍ତଫା ଦେବେ ସେ ନେଇ ନିର୍ଦ୍ଦିଷ୍ଟ ଭାବେ କୌଣସି ତଥ୍ୟ ପ୍ରଦାନ କରାଯାଇ ନାହିଁ ।

Leave A Reply

Your email address will not be published.