Latest Odisha News

BREAKING NEWS

୨୨ ଦିନ ପରେ ପୁଣି ଥରିଲା ତୁର୍କୀ, ଗଳି ପଡିଲା ୨୯ କୋଠା

ଆଙ୍କରରା: ତୁର୍କୀକୁ ଛାଡୁନି ବିପଦ । ଭୟଙ୍କର ଭୂକମ୍ପର ୨୨ ଦିନ ପରେ ପୁଣି ଥରି ଉଠିଛି ତୁ୍ର୍କୀ । ଫେବୃୟାରୀ ୬ ତାରିଖରେ ତୁର୍କୀ ଓ ସିରିଆରେ ହୋଇଥିଲା ଭୟଙ୍କର ଭୂକମ୍ପ । ୫୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଏତେ ବଡ ବିପଦରୁ ଉଠି ଅଣ୍ଟା ସଳଖୁଥିବେବେଳେ ପୁଣି ପ୍ରକୃତିର ମାଡ । ସୋମବାର ତୁର୍କୀର ଦକ୍ଷିଣ ପୂର୍ବ ଇଲାକାରେ  ଅନୁଭୂତ ହୋଇଛି ଜୋରଥର ଝଟକା । ଭୂକମ୍ପ ଝଟକା ରିକ୍ଟର ସ୍କେଲରେ ୫.୬  ଥିବା ଜଣାଯାଇଛି । ଏଥୁଯୋଗୁ ୨୯ଟି କୋଠା ଭାଙ୍ଗି ଯାଇଥିବା ଜଣାଯାଇଛି । ଜଣଙ୍କର ମୃତ୍ୟୃ ଘଟିଛି । ୬୯ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

BjdElectrycity

ଭୂକମ୍ପ ପ୍ରଭାବିତ ଅଞ୍ଚଳ ଲୋକଙ୍କ କହିବା ଅନୁଯାୟୀ, ଯେତେବେଳେ ଭୂକମ୍ପ ଅନୁଭୂତ ହେଲା, ମାଲଚ୍ୟା ସହରର ଏକ ବଡ କୋଠା ଏକ ଗାଡି ଉପରେ ଭୁଶୁଡି ପଡିଲା । ତେବେ ସୌଭାଗ୍ୟର କଥା କୋଠା ଭୁଶୁଡି ପଡିବା ପୂର୍ବରୁ ଗାଡି ଭିତରେ ଥିବା ଲୋକ ବାହାରି ଆସିଥିଲେ ।\

ସୂଚନାଥାଉ କି, ଫେବୃୟାରୀ ୬ ତାରିଖରେ ତୁ୍ର୍କି ଓ ସିରିଆ ହୋଇଥିଲା ଭୟଙ୍କର ଭୂକମ୍ପ । । ରିକ୍ଟର ସ୍କେଲରେ ତୀବ୍ରତା ୭.୮ ରେକର୍ଡ କରାଯାଇଥିଲା । ଭୂକମ୍ପ ଯୋଗୁ ବଡ ବଡ କୋଠା ଏବଂ ବହୁତଳ ବିଶିଷ୍ଟ ଅଟ୍ଟଳିକା ତାସ ଘର ପରି ଭୁଶୁଡି ମାଟିରେ ମିଶି ଯାଇଥିଲା । ଭୂମିକମ୍ପର ଭୟାନକ ଚିତ୍ର  ଛାତି ଥରାଇ ଦେଇଥିଲା । ଭୂମିକମ୍ପ ଯୋଗୁ ଲୋକେ ଏଣେ ତେଣେ ଦଉଡୁଥିବା ଦେଖିବାକୁ ମିଳିଛି । ତୁର୍କି ଓ ସିରିଆ ବ୍ୟତୀତ ଲେବାନନ, ସାଇପ୍ରସରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.