ନୂଆଦିଲ୍ଲୀ: କାନ ବିନା ମଣିଷ ଜୀବନର କଳ୍ପନା କରିବା ପ୍ରାୟତଃ ଅସମ୍ଭବ ମନେ ହୁଏ । ତେବେ ଏହି କାନର ସଂରଚନା ଆମ ପାଖକୁ କିପରି ଆସିଛି ? ଏକ ଷ୍ଟଡି ଅନୁସାରେ ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ମାଛଙ୍କ ଯୋଗୁ ଆମେ କାନ ପାଇଛେ । ବିଶ୍ୱାସ ହେଉ ନ ଥିଲେ ବି ସତ । ମାଛଙ୍କ ଗାଲିସରୁ କାନର କଣ ସମ୍ପର୍କ ରହିଛି ତାହା ବୈଜ୍ଞାନିକମାନେ ପ୍ରମାଣିତ କରିଛନ୍ତି । ୟୁନିଭରସିଟି ଅଫ ସଦର୍ଣ୍ଣ କାଲିଫୋର୍ଣ୍ଣିଆର ପ୍ରଫେସର ଗେଜ କ୍ରମ୍ପ ଓ ତାଙ୍କ ଟିମ ଏ ସମ୍ପର୍କରେ ଚାଂଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି । କାନର ବାହାର ଅଂଶ କିପରି ବିକଶିତ ହେଲା ତାହା ସେମାନେ ଦର୍ଶାଇଛନ୍ତି ।
ଆମର ଏବଂ ସ୍ତନଧାରୀ ଜୀବଙ୍କ କାନ ଏକ ସ୍ୱତନ୍ତ୍ର କାର୍ଟିଲେଜରେ ପ୍ରସ୍ତୁତ ହୋଇଥାଏ । ଏହାକୁ ଇଲାଷ୍ଟିକ କାର୍ଟିଲେଜ ମଧ୍ୟ କୁହାଯାଏ । ଏହି ସଂରଚନା ମାଛର ଗାଲିସରେ ମିିଳିଥାଏ । ଜିନ ଏଡିଟିଂ ପରେ ଜଣାପଡିଥିଲା ଜେବ୍ରା ଫିଶ ଓ ଆଟଲାଟିଂକ ସେଲମନଙ୍କ ନିକଟରେ ଇଲାଷ୍ଟିକ କାର୍ଟିଲେଜ ରହିଛି । ୩୧.୫ କୋଟି ବର୍ଷ ତଳେ ଏହାର ବିକାଶ ହୋଇଥିଲା । ମାଛଙ୍କ ଏହି କାର୍ଟିଲେଜ ଧିରେ ଧିରେ ବାହାର କାନର ବିକାଶ କରାଇଥିଲା । ସରୀସୃପ ଏବଂ ଉଭୟଚରଙ୍କ କ୍ଷେତ୍ରରେ ମଧ୍ୟ ଏହି ପରିବର୍ତନ ଦେଖିବାକୁ ମିଳିଥିଲା । ତେବେ ବୈଜ୍ଞାନିକମାନେ ଏହା ଉପରେ ଏବେ ବି ଗବେଷଣା ଜାରୀ ରଖିଛନ୍ତି ।
Comments are closed.