Latest Odisha News

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ୯୧ ଏଫ୍‌ଏମ୍ ଟ୍ରାନ୍ସମିଟର ଉଦ୍‌ଘାଟନ କରିବେ

ନୂଆଦିଲ୍ଲୀ: ଆସନ୍ତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୯୧ ଏଫ୍‌ଏମ୍ ରେଡିଓ ଟ୍ରାନ୍ସମିଟରକୁ ଉଦ୍‌ଘାଟନ କରିବେ । ଭିଡିଓ କନ୍‌ଫରେନ୍ସି ବ୍ୟବସ୍ଥାରେ ଏହି ଉଦ୍‌ଘାଟନ କାର୍ଯ୍ୟ ସମ୍ପାଦିତ ହେବ । ଉଦ୍‌ଘାଟିତ ହେବାକୁ ଥିବା ପ୍ରତ୍ୟେକ ଏଫଏମ୍ ଟ୍ରାନ୍ସମିଟରର କ୍ଷମତା 100W । ଏସବୁ ଏଫ୍‌ଏମ୍ ଟ୍ରାନ୍ସମିଟର କାର୍ଯ୍ୟକ୍ଷମ ହେଲେ ଦେଶରେ ରେଡିଓ ଯୋଗାଯୋଗ ସୁବିଧା ବଢିବ ।

ଭାରତ ସରକାର ଦେଶରେ ଏଫ୍‌ଏମ୍ ସଂଯୋଗ ବ୍ୟବସ୍ଥା ବୃଦ୍ଧି କରିବାକୁ ଅଙ୍ଗୀକାରବଦ୍ଧ । ଏହି ୯୧ ନୂଆ୧୦୦ଡବ୍ଲୁ (100W) ଏଫ୍‌ଏମ୍ ଟ୍ରାନ୍ସମିଟର ଦେଶର ୧୮ଟି ରାଜ୍ୟ ଓ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ୮୪ଜିଲ୍ଲାରେ ସ୍ଥାପନ କରାଯାଇଛି । ଏଥିରେ ଦେଶର ଆକାଂକ୍ଷୀ ଜିଲ୍ଲା ଓ ସୀମାନ୍ତବର୍ତ୍ତୀ ଅଞ୍ଚଳ ଗୁଡିକ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ଯେଉଁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ନୂଆ ଏଫ୍‌ଏମ୍ ରେଡିଓ ଟ୍ରାନ୍ସମିଟର କାର୍ଯ୍ୟକ୍ଷମ ହେବ ସେସବୁ ହେଲା ବିହାର, ଝାଡଖଣ୍ଡ, ଓଡିଶା, ପଶ୍ଚିମବଙ୍ଗ, ଆସାମ, ମେଘାଳୟ, ନାଗାଲାଣ୍ଡ, ହରିୟାଣା, ରାଜସ୍ଥାନ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଆନ୍ଧ୍ରପ୍ରଦେଶ, କେରଳ, ତେଲଙ୍ଗାନା, ଛତିଶଗଡ, ଗୁଜରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଲଦାଖ ଓ ଆଣ୍ଡମାନ ନିକୋବର ଦ୍ୱୀପପୁଞ୍ଜ । ଏହି ସମ୍ପ୍ରସାରଣ ସହିତ ଆକାଶବାଣୀର ଏଫ୍‌ଏମ୍ ସେବା ଅଧିକ ଦୁଇକୋଟି ଲୋକ ପାଇବେ । ଆଗରୁ ସେମାନଙ୍କୁ ରେଡିଓ ସେବା ମିଳୁ ନ ଥିଲା ।

ନୂଆ ଏଫ.ଏମ୍ ଟ୍ରାନ୍ସମିଟର ଗୁଡିକ ଅତିରିକ୍ତ୩୫ହଜାର ବର୍ଗ କିଲୋମିଟର ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ସମ୍ପ୍ରସାରିତ କରିପାରିବେ ।

ପ୍ରଧାନମନ୍ତ୍ରୀ ରେଡିଓର ଜଣେ ଦୃଢ ସମର୍ଥକ । ଏହି ବେତାର ସେବା ଅଧିକରୁ ଅଧିକ ଲୋକଙ୍କ ପାଖରେ ପଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ବୋଲି ତାଙ୍କର ଦୃଢ ବିଶ୍ୱାସ ରହିଛି । ଗଣମାଧ୍ୟମର ସାମର୍ଥ୍ୟକୁ ଉପଯୋଗ କରି ତାହାର ସେବା ସର୍ବାଧିକ ଜନତାଙ୍କ ପାଖରେ ପହଞ୍ଚାବାକୁ ପ୍ରଧାନମନ୍ତ୍ରୀ ତାଙ୍କ ମାସିକିଆ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ “ମନ୍ କି ବାତ୍‌” ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ଆସନ୍ତା ୩୦ତାରିଖ ରବିବାର ଦିନ ୧୦୦ତମ ଅଧ୍ୟାୟରେ ପହଞ୍ଚିବ । ଏହି ଐତିହାସିକ କ୍ଷଣର ଠିକ ଦୁଇଦିନ ପୂର୍ବରୁ ଦେଶରେ ନୂଆ ୯୧ଟି ଏଫଏମ୍ ରେଡିଓ ଟ୍ରାନ୍ସମିଟର କାର୍ଯ୍ୟକ୍ଷମ ହେଉଛି ।

Leave A Reply

Your email address will not be published.