Latest Odisha News

ବୋଲରଙ୍କ ଭୂସ୍ୱର୍ଗ ପାଲଟିଛି ମୋଟେରା ପିଚ୍‌: ଭାରତ ୧୪୫ରନରେ ଅଲଆଉଟ

ମୋଟେରା: ଏଠାରେ ଚାଲିଥିବା ଦିବାରାତ୍ର କ୍ରିକେଟ ଟେଷ୍ଟରେ ଉଇକେଟ ପଡିବା ଧାରା ଜାରି ରହିଛି । ୨ଦିନ ମଧ୍ୟରେ ୨୪ ଉଇକେଟର ପତନ ଘଟିସାରିଛି । ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ୧୧୨ ରନ ଜବାବରେ ଭାରତ ୧୪୫ ରନରେ ଅଲଆଉଟ ହୋଇଯାଇଛି । ରୋହିତ ଶର୍ମାଙ୍କ ୬୬ ରନର ଚମତ୍କାର ଇନିଂସ ବଳରେ ଭାରତ ପ୍ରଥମ ଇନିଂସରେ ୩୩ ରନର ଅଗ୍ରଣୀ ହାସଲ କରିନେଇଛି । ଜ୍ୟାକ ଲିଚ ୪ଟି ଏବଂ ଜୋ ରୁଟ ୫ ଉଇକେଟ ଅକ୍ତିଆର କରିଛି ।

ଜବାବରେ ଦ୍ୱିତୀୟ ଇନିଂସରେ ଖବର ହସ୍ତଗତ ହେଲା ବେଳକୁ ଇଂଲଣ୍ଡ ୩ ଉଇକେଟ ହରାଇ ୪୬ ରନ କରି ଓଭରାଲ ୧୩ ରନର ଅଗ୍ରୀ ହାସଲ କରିଛି । ଭାରତ ପକ୍ଷରୁ ଅକ୍ଷର ପଟେଲ ୩ଟି ଯାକ ଉଇକେଟ ନେଇଛନ୍ତି ।

Leave A Reply

Your email address will not be published.