ନୂଆଦିଲ୍ଲୀ : ଆସନ୍ତା ୨୭ ତାରିଖରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲକ୍ ଡାଉନ ଅବଧି ଶେଷ ହେବା ପୂର୍ବରୁ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।
ବର୍ତ୍ତମାନ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନ ଚାଲିଛି । ମେ ୩ ତାରିଖରେ ଏହା ଶେଷ ହେବ । ତେବେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ପରେ ଆଗକୁ ଆଉ ଲକ୍ ଡାଉନ ଅବଧି ବଢିବ କି ନାହିଁ ସେ ନେଇ ନିଷ୍ପତ୍ତି ହେବ । କେତେକ ରାଜ୍ୟ ସଂକ୍ରମଣ ମୁକ୍ତ ହୋଇଥିବାରୁ ଏଥିରେ ଲକ୍ଡାଉନ ନିୟମରେ କିଛିଟା କୋହଳ ନେଇ ନିଷ୍ପତ୍ତି ନେବାର ସମ୍ଭାବନା ରହିଛି ।
Comments are closed.