ଭୁବନେଶ୍ୱର-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଜାନୁଆରି ୨ ତାରିଖରେ ସମ୍ବଲପୁର IIM ର ସ୍ଥାୟୀ କ୍ୟାମ୍ପସର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ପୂର୍ବାହ୍ନ ୧୧ଟାରେ ଭିଡିଓ କନ୍ଫରେନ୍ସିଂରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ।
ସମ୍ବଲପୁର IIM ର ସ୍ଥାୟୀ କ୍ୟାମ୍ପସର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଯୋଗ ଦେବେ । ଏହା ସହିତ ଭର୍ଚୁଆଲ୍ ପ୍ଲାଟଫର୍ମରେ ୫ ହଜାରରୁ ବ୍ୟକ୍ତି ଅଶଂଗ୍ରହଣ କରିବେ । ଏଥିରେ ଶିକ୍ଷାବିତ୍, ଛାତ୍ରଛାତ୍ରୀ, ଅଧିକାରୀ ଓ ସମ୍ବଲପୁର ଆଇଆଇଏମ୍୍ର ପୂର୍ବତନ ଛାତ୍ରଛାତ୍ରୀ ଓ ଶିକ୍ଷକ ରହିଛନ୍ତି ।
ସମ୍ବଲପୁର ଆଇଆଇଏମ୍ର ସ୍ଥାୟୀ କ୍ୟାମ୍ପସ ପ୍ରାୟ ୨ ଶହ ଏକର ଜମିରେ ନିର୍ମାଣ ହୋଇଛି । ଏଥିପାଇଁ ପ୍ରାୟ ୪ ଶହ କୋଟି ଟଙ୍କାର ବଜେଟ ଥିଲା । ଏହି ସ୍ଥାୟୀ କ୍ୟାମ୍ପସ ସମ୍ବଲପୁର ଜିଲ୍ଲା ବୁର୍ଲା ତହସିଲର ବସନ୍ତପୁରରେ ଅଛି । ହିରାକୁଦ ରେଳ ଷ୍ଟେସନରୁ ଏହି ସ୍ଥାୟୀ କ୍ୟାମ୍ପସ ପ୍ରାୟ ୫ କି.ମି. ହୋଇଥିବା ବେଳେ ସମ୍ବଲପୁର ଜିଲ୍ଲା ସଦର ମହକୁମାରୁ ୨୭ କି.ମି ଏବଂ ଝାରସୁଗୁଡା ଏୟାରପୋର୍ଟରୁ ୫୫ ଦୂରରେ ଅଛି ।
BREAKING NEWS
- ରାସନକାର୍ଡର ମୃତ ହିତାଧିକାରୀଙ୍କ ନାଁରେ ଚାଉଳ ଉଠାଉଥିବା ବ୍ୟକ୍ତିଙ୍କୁ ଯୋଗାଣ ମନ୍ତ୍ରୀଙ୍କ କଡ଼ା ତାଗିଦ
- Database Management System 3.0: ଠିକାଦାର ଡାଟାବେସ ମ୍ୟାନେଜମେଣ୍ଟ ସିଷ୍ଟମ 3.0ର ଶୁଭାରମ୍ଭ
- କଲମ୍ବିଆରେ ବିମାନ ଦୁର୍ଘଟଣାରେ ୧୫ ମୃତ
- PUCC Certificate: ପିୟୁସିସି ସାର୍ଟିଫିକେଟ ଥିଲେ ଛାଡ଼ ହେବ ପୂର୍ବ ଜରିମାନା
- ଟ୍ରାନ୍ସଜେଣ୍ଡରଙ୍କୁ ସମାନ ସୁଯୋଗ ପାଇଁ ସରକାରଙ୍କୁ OHRCଙ୍କ ସୁପାରିସ୍
- Ajit Pawar Plane Crash: ଏହା ଦୁର୍ଘଟଣା ଥିଲା, ଏହାକୁ ନେଇ ରାଜନୀତି କରନ୍ତୁ ନାହିଁ… ଅଜିତଙ୍କ ଦେହାନ୍ତ ପରେ କହିଲେ ଶରଦ ପାୱାର
- ‘ସମୀକ୍ଷା’ ପୋର୍ଟାଲ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
- ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବ୍ୟର୍ଥ: ଚତୁର୍ଥ ଟି୨୦ରେ ହାରିଲା ଭାରତ
- ରାଜ୍ୟର ବିଶିଷ୍ଟ ପର୍ଯ୍ୟଟନସ୍ଥଳୀ ବୁଲି ଦେଖିବେ ୨୬୦ ଜଣ ସ୍ବେଚ୍ଛାସେବୀ
- Tobacco Ban:ଓମଫେଡ୍ ବୁଥରେ ଗୁଟଖା ବିକିଲେ ଆକ୍ସନ…ହେବ ଲାଇସେନ୍ସ ବାତିଲ
Comments are closed.