Latest Odisha News

BREAKING NEWS

ମାଛ ଚାଷରେ ସଫଳ ହେବାକୁ କିଏ ଦେଲା ମନ୍ତ୍ର ? ଇଂଜିନିୟର ସରୋଜଙ୍କ ବିକଳ୍ପ ପେଶାକୁ ନେଇ ପଢନ୍ତୁ ଏ କାହାଣୀ

ଭୁବନେଶ୍ୱର: କେନ୍ଦ୍ରପଡା ଜିଲ୍ଲା ମହାକାଳପଡା ବ୍ଲକ ବଡଗାଁର ସରୋଜ ସାମଲ ପେଶାରେ ଇଂଜିନିଅର । ଲକ୍ ଡାଉନ ସମୟରେ ସେ ମାଛ ଚାଷ ପାଇଁ ମନ ବଳାଇଲେ । ପୂର୍ବରୁ ତାଙ୍କ ବାପା ମାଛ ଚାଷ କରୁଥିଲେ ସୁଦ୍ଧା ସେତେଟା ଲାଭ ମିଳୁ ନ ଥିଲା । ସରୋଜ ଗତ ଜୁନ ମାସରେ ରିଲାଏନ୍ସ ଫାଉଣ୍ଡେସନର ପରାମର୍ଶ ନେଇ ଏହି ଚାଷ ପାଇଁ ଆରମ୍ଭ କରିଥିଲେ ।

ପ୍ରାୟ ଏକ ଏକର ପରିମିତ ଜମିରେ ରୋହି, ଭାକୁର, ମିରିକାଳି ଓ ରୂପଚାନ୍ଦି ଆଦି ମାଛ ଚାଷ କରିଛନ୍ତି । ପୂର୍ବରୁ ଜ୍ଞାନର ଅଭାବ ଯୋଗୁଁ ତାଙ୍କ ବାପା କରୁଥିବା ଚାଷ ପାଇଁ ଅଧିକ ସମୟ ଲାଗିବା ସହ ସେତେଟା ଲାଭ ମିଳୁ ନ ଥିଲା । ରିଲାଏନ୍ସ ଫାଉଣ୍ଡେସନ ସମ୍ପର୍କରେ ନିଜର ଜଣେ ସମ୍ପର୍କରୀୟଙ୍କଠାରୁ ଜାଣିବା ପରେ ସେ ର ମୋବାଇଲ ଭଏସ ମେସେଜ, ନିଃଶୁଳ୍କ ହେଲ୍ପ ଲାଇନ ନମ୍ବର ୧୮୦୦-୪୧୯-୮୮୦୦ରେ ବିଶେଷଜ୍ଞଙ୍କ ସହ ସିଧାସଳଖ ପରାମର୍ଶ ନେଇଥିଲେ । ଫଳରେ ମାଛ ଯାଁଳମାନଙ୍କର ଉଚିତ ଯତ୍ନ ନେଇପାରୁଛନ୍ତି । ଯାଁଳ ଛାଡିବାର ଦୁଇ ମାସ ପରେ ମାଛମାନଙ୍କର ଏକ ପ୍ରକାର ରୋଗ ଦେଖାଦେଇଥିଲା । ବିଶେଷଜ୍ଞମାନେ ପରୀକ୍ଷା ନୀରିକ୍ଷାରୁ ମାଛମାନଙ୍କ କାତିରେ ଏକ ପ୍ରକାର ଉଙ୍କୁଣି ଥିବା ଜଣାପଡିଥିଲା । ତେଣୁ ଏହାର ଚିକିତ୍ସା କରିବା ପରେ ରୋଗ ନିୟନ୍ତ୍ରଣକୁ ଆସିପାରିଥିବା କହିଛନ୍ତି ସରୋଜ ।

ତାଙ୍କ କହିବାନୁଯାୟୀ, ‘ଚଳିତ ବର୍ଷ ମାଛ ଉତ୍ପାଦନ ପୂର୍ବ ବର୍ଷ ଅପେକ୍ଷା ୨୦ କ୍ୱିଣ୍ଟାଲ ଅଧିକ ଆମଦାନୀ ହେବ ବୋଲି ଆଶା ରହିଛି । ଲାଭ ବି ପ୍ରାୟ ଦେଢ ଲକ୍ଷ ଟଙ୍କା ଅଧିକ ମିଳିବା ଲକ୍ଷ୍ୟ ରହିଛି । ରିଲାଏନ୍ସ ଫାଉଣ୍ଡେସନର ପରାମର୍ଶ ଯୋଗୁଁ ହିଁ ଏହା ସମ୍ଭବ ହୋଇପାରିଛି ।’

ଦୀର୍ଘ ଦିନ ଧରି ସରୋଜଙ୍କ ବାପା ମାଛ ଚାଷ କରି ଆସୁଥିଲେ ହେଁ ଉପଯୁକ୍ତ ପରାମର୍ଶ ଅଭାବରୁ ସେତେଟା ଲାଭାନ୍ୱିତ ହୋଇପାରୁ ନ ଥିଲେ । ଲକ୍‌ଡାଉନ ସମୟରେ ଜଣେ ସମ୍ପର୍କୀୟଙ୍କଠାରୁ ଫାଉଣ୍ଡେସନ ସମ୍ପର୍କରେ ଜାଣିବାକୁ ପାଇଥିଲେ ସରୋଜ । ପ୍ରତିଟି ପାଦରେ ଉଚିତ ପରାମର୍ଶ ମିଳୁଥିବା ଦେଖି ସେ ମଧ୍ୟ ଫାଉଣ୍ଡେସନରୁ ପରାମର୍ଶ ଗ୍ରହଣ କରି ମାଛ ଚାଷ କରିବାକୁ ମନ ବଳାଇଲେ । ଏହି ପ୍ରକାର ସୁବିଧା ସୁଯୋଗ ମିଳୁଥିବାରୁ ସରୋଜ ରିଲାଏନ୍ସ ଫାଉଣ୍ଡେସନକୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.