Latest Odisha News

ପାଦ ଥାପିଲା ନୂଆବର୍ଷ ୨୦୨୧, ଫିକା ଫିକା ସ୍ୱାଗତ

ଭୁବନେଶ୍ୱର: ବିଦାୟ ନେଇଛି ବର୍ଷ ୨୦୨୦ । ଧରାପୃଷ୍ଠରେ ପାଦ ଥାପିଛି ୨୦୨୧ । ମଧ୍ୟରାତ୍ରିରେ ନୂଆବର୍ଷର ପ୍ରବେଶ ବେଳେ ନଥିଲା ବିରାଟ ଆଡମ୍ବର କି ଉତ୍ସାହ । ଫିକା ଫିକା ପରିବେଶ ଭିତରେ ନୂବବର୍ଷକୁ ସମସ୍ତେ ସ୍ୱାଗତ କରିଛନ୍ତି । କରୋନା ମହାମାରୀ ଯୋଗୁ ଏବର୍ଷ ଜିରୋ ନାଇଟ୍ ସେଲିବ୍ରେସନ୍ ନଥିଲା । ତଥାପି ନୂତନ ସମ୍ଭାବନା ସହ ନୂଆବର୍ଷ ୨୦୨୧କୁ ସ୍ୱାଗତ କରିଛି ସାରା ବିଶ୍ୱ ।

ଘଣ୍ଟାରେ ରାତି ୧୨ଟା ବାଜିବା କ୍ଷଣି ଦେଶବାସୀ ପରସ୍ପର ପରସ୍ପରକୁ ଜଣାଇଥିଲେ ହାପି ନିଉ ଇୟର । କରୋନା କଟକଣା ଯୋଗୁ ଏବର୍ଷ ନିରବି ଯାଇଥିଲା ହୋଟେଲ, ରେଷ୍ଟୁରାଣ୍ଟ, କନଭେନସନ୍ ହଲ୍ ଓ ଅଡିଟୋରିୟମରେ ଜିରୋ ନାଇଟ୍ ସେଲିବ୍ରେସନ୍ । ଶୂନଶାନ ପରିବେଶ, ନଥିଲା କୋଳାହଳ ।

କରୋନା କଟକଣା ଯୋଗୁ ଲୋକ ଏକାଠି ହୋଇ ନଥିଲେ । ପରିବାର ଓ ଆତ୍ମୀୟଙ୍କ ମଧ୍ୟରେ ସମସ୍ତେ ନୂଆବର୍ଷକୁ ପାଳନ କରିଛନ୍ତି ।ନୂଆବର୍ଷ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧିର ବର୍ଷ ହେଉ । ଓଡ଼ିଶା ସମ୍ବାଦ ପରିବାର ପକ୍ଷରୁ ସମସ୍ତଙ୍କୁ ନୂଆବର୍ଷର ହାର୍ଦ୍ଦିକ ଅଭିନନ୍ଦନ ।

Leave A Reply

Your email address will not be published.