ନୂଆଦିଲ୍ଲୀ: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ପୂର୍ବତନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଛନ୍ତି।
ମାମଲାର ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଡିଜି ଏବଂ ପଜାଂବର ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଏହି କାରଣ ଦର୍ଶାଅ ନୋଟିସ ପଠାଯାଇଛି।
ଏହି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଏହା ସତ୍ୟ ଯେ ସୁରକ୍ଷା ଅଭାବରୁ ଏହା ଘଟିଛି। ପଞ୍ଜାବ ସରକାର ନିଜେ ଏହି ତଥ୍ୟକୁ ଗ୍ରହଣ କରିଛନ୍ତି।
ସୁପ୍ରିମକୋର୍ଟ ଦ୍ୱିତୀୟ ଥର ପାଇଁ ଏହି ମାମଲାର ଶୁଣାଣି କରୁଛନ୍ତି। ଏହାପୂର୍ବରୁ ପଞ୍ଜାବ ଏବଂ କେନ୍ଦ୍ର ସରକାର ଗଠନ କରିଥିବା ତଦନ୍ତ କମିଟିରେ ରହିବାକୁ କୋର୍ଟ ନିଷ୍ପତ୍ତି ନେଇଥିଲେ।
Comments are closed.