Latest Odisha News

BREAKING NEWS

ପିଏନଭି ଫାଉଣ୍ଡେସନର ‘ସୋ କେଶ୍ ଓଡିଶା ଆୱାର୍ଡସ’ ଓ ‘କନକ୍ଲେଭ’ରେ ଦୂତୀ ସମ୍ବର୍ଦ୍ଧିତ

ନୂଆଦିଲ୍ଲୀ: ପିଏନଭି ଫାଉଣ୍ଡେସନ ପକ୍ଷରୁ ଓଡିଶାର ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ନୂଆଦିଲ୍ଲୀରେ ଆୟୋଜିତ ସୋ କେଶ୍ ଓଡିଶା ଆୱାର୍ଡସ୍ ଓ କନକ୍ଲେଭର ଚତୁର୍ଥ ସଂସ୍କରଣରେ ସମ୍ବର୍ଦ୍ଧିତ କରାଯାଇଛି ।

ଉତ୍ସବ ପ୍ରାରମ୍ଭରେ ବାଜି- ଦ ଇର୍ମୋଟାଲ୍ ବୋଟ୍ ବୟ ଶୀର୍ଷକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା ଯାହା ଓଡିଶାର ଅଦମ୍ୟ ସାହସ ଓ ପରାକାଷ୍ଠାକୁ ପୁନଃରୁଦ୍ରେକ କରିଥିଲା । ଏହାପରେ ଲୋକପ୍ରିୟ ଚଳଚ୍ଚିତ୍ର କଳାକାର, ଓଡିଶା ଚଳଚ୍ଚିତ୍ର ବିକାଶ ନିଗମର ଅଧ୍ୟକ୍ଷ ଓ ସୋ କେଶ୍ ଓଡିଶା ଆୱାର୍ଡସ୍ ଓ କନକ୍ଲେଭ ସହଯୋଗୀ ଆବାହକ କୁନା ତ୍ରିପାଠୀ, ଚଳଚ୍ଚିତ୍ର ନିର୍ମାତା ନୀଳମାଧବ ପଣ୍ଡା, ଯୋଗାଯୋଗ ଓ ବିଜ୍ଞାପନ ବିଶେଷଜ୍ଞ ସଚିନ୍ ଦାସ ବର୍ମା, ରାଜ୍ୟସଭା ସାଂସଦ ସସ୍ମିତ୍୍ ପାତ୍ର ଏବଂ ହୋଟେଲ କ୍ରାଉନ୍ର ନିର୍ଦ୍ଦେଶକ ତଥା ହୋଟେଲ ଡାଲମାର ପ୍ରତିଷ୍ଠାତା ଦେବାଶୀଷ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ସୋକେଶ୍ ଆୟୋଜିତ ହୋଇଥିଲା ।

କୃତୀ ବ୍ୟକ୍ତିମାନଙ୍କୁ ଉତ୍ସାହିତ କରିବା ପାଇଁ ଶ୍ରେଷ୍ଠ ଭାରତୀୟ ଚଳଚ୍ଚିତ୍ର ଅଭିନେତା, ରାଜନେତା, ଚଳଚ୍ଚିତ୍ର ନିର୍ଦ୍ଦେଶକ, ସଂଳାପ ଲେଖକ, ଗୀତି କବିତାର ଲେକକ, ପ୍ରଚ୍ଛଦପଟ ଗାୟକ ଏବଂ ଓଡିଆ ତଥା ହିନ୍ଦୀ ସଙ୍ଗୀତ ଦୁନିଆର ଜଣେ ପରିଚିତ ସଙ୍ଗୀତ ନିର୍ଦ୍ଦେଶକ ଏବଂ ବର୍ତ୍ତମାନର ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଏହି ଅବସରରେ ବିଭିନ୍ନ ସେବା କ୍ଷେତ୍ରରେ ନିଜର ଅତୁଳନୀୟ ଅବଦାନ ନିମନ୍ତେ ପିଏନ୍ଭି ଫାଉଣ୍ଡେସନ ପକ୍ଷରୁ ଓଡିଶାର ୫ଜଣ ଶ୍ରେଷ୍ଠ ଅଧିକାରୀ ଓ ଅଧିକାରିଣୀ ମାନସୀ ପ୍ରଧାନ, ଜଗନ୍ନାଥ ପଣ୍ଡା, ଆଦିତ୍ୟ ଗଡନାୟକ, ଡଃ. ଅଶୋକ ଚୌଧୁରୀ ଏବଂ ଆର୍ ଏନ୍ ମହାନ୍ତିଙ୍କୁ ପୁରସ୍କୃତ କରାଯାଇଥିଲା ।

ଏହି ସମ୍ବର୍ଦ୍ଧନା ପର୍ବରେ ପିଏନଭି ଫାଉଣ୍ଡେସନ ପକ୍ଷରୁ ମହିଳା ଧାବିକା ତଥା ଇଣ୍ଡିଆ ଟୁଡେ ପକ୍ଷରୁ ପ୍ରକାଶିତ ଚଳିତ ବର୍ଷର ୫୦ ଅଧିକ ଶକ୍ତିଶାଳୀ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ପାଇଥିବା ଦୂତୀ ଚାନ୍ଦଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଦୂତୀ ଚାନ୍ଦ ୨୦୧୮ ଏସିଆନ୍ ଖେଳରେ ଦୁଇଟି ରୌପ୍ୟ ପଦକ ହାସଲ କରିଥିଲେ ଏବଂ ୨୦୧୯ ବିଶ୍ୱ ୟୁନିଭରସେଡେରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏହି ସ୍ୱର୍ଣ୍ଣ ପଦକ ଜିତିବା ସହ ସେ ଦ୍ୱିତୀୟ ଭାରତୀୟ ଦୌଡ ଧାବିକା ଭାବରେ କୌଣସି ଆର୍ନ୍ତଜାତିକ ପ୍ରତିଯୋଗିତାରେ ପଦକ ହାସଲ କରିବାର କୃତୀତ୍ୱ ଅର୍ଜନ କରିଥିଲେ ଯାହା ଫଳରେ ସେ ଭାରତୀୟ ଇଂରାଜୀ ପତ୍ରିକା ଇଣ୍ଡିଆ ଟୁଡେ ପକ୍ଷରୁ ପ୍ରକାଶିତ ଚଳିତ ବର୍ଷର ୫୦ ଅଧିକ ଶକ୍ତିଶାଳୀ ବ୍ୟକ୍ତିଙ୍କ ତାଲିକାରେ ୪୭ତମ ସ୍ଥାନ ଅଳଙ୍କୃତ କରିଥିଲେ ।

ଏହି ଅବସରରେ ପିଏନ୍ଭି ଗ୍ରୁପର ପ୍ରତିଷ୍ଠାତା ସତ୍ୟବ୍ରତ ସାନୁ ରଥ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.