Latest Odisha News

BREAKING NEWS

ହଲିଉଡ୍‌ ଫିଲ୍ମରେ କପିଲଙ୍କ ଭଏସ

ମୁମ୍ୱାଇ: ନିର୍ମାଣ ଅପେକ୍ଷାରର ଅଛି ହଲିଉଡ଼ର ଆନିମେଶନ୍ ଫିଲ୍ମ ଆଙ୍ଗ୍ରି ବାର୍ଡ୍‌-୨’। ତିନି ବର୍ଷ ପୂର୍ବରୁ ଏହାର ପ୍ରଥମ ଭାଗ ଆଙ୍ଗ୍ରି ବାର୍ଡ୍‌ ତିଆରି କରାଯାଇଥିଲା ।

ମିଳିଥିବା ସୂଚନା ଅନୁସାରେ ‘ଆଙ୍ଗ୍ରି ବାର୍ଡ୍‌-୨’ର ହିନ୍ଦୀ ଭର୍ସନର ମୁଖ୍ୟ ଚରିତ୍ରରେ ଥିବା ରେଡ୍‌ ପାଇଁ ଭଏସ ଦେଇଛନ୍ତି କମେଡିଆନ୍‌ କପିଲ ଶର୍ମା । ଏହି ଆନିମେଶନ ମୁଭିଟି ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ଡବ୍‌ କରାଯିବା ପରେ ଭାରତରେ ରିଲିଜ କରାଯିବ ।

ଏହି ଫିଲ୍ମ ପାଇଁ ଇଂରାଜୀରେ କମେଡି ଅଭିନେତା ଜେସନ୍‌ ସୁଡିକସ୍‌ ଭଏସ୍‌ ଦେଇଛନ୍ତି। ରେଡ୍‌ ଚରିତ୍ର ପାଇଁ ଭଏସ୍‌ ଡବିଙ୍ଗକୁ କପିଲ ବହୁତ ଏନଜୟ କରିଥିବା କପିଲ ନିଜେ କହିଛନ୍ତି ।

ଆହୁରି ମଧ୍ୟ କପିଲ କହିଛନ୍ତି ଯେ, “ହଲିଉଡ୍‌ରେ ପ୍ରଥମେ ଆର୍ଟିଷ୍ଟ୍‌ କ୍ୟାରେକ୍ଟର ନିଜ ଭଏସ୍‌ ଦେଇଥାନ୍ତି। ଏହାପରେ ହିଁ ଗ୍ରାଫିକ୍ସ ତିଆରି କରାଯାଇଥାଏ। କିନ୍ତୁ ବଲିଉଡ୍‌ରେ ଗ୍ରାଫିକ୍ସ ଅନୁସାରେ ହିଁ ଭଏସ୍‌ ଦେବାକୁ ପଡ଼ିଥାଏ” । ଏହି ଫିଲ୍ମ ପାଇଁ କପିଲ ଭଏସ୍‌ ଦେଇଥିଲେ ମଧ୍ୟ ଦର୍ଶକ ସେଥିରେ କପିଲ ଶର୍ମାଙ୍କ ଉପସ୍ଥିତିକୁ ବିଲକୁଲ୍‌ ଜାଣିପାରିବେ ନାହିଁ ବୋଲି ସେ ପ୍ରମିଜ୍‌ କରି କହିଛନ୍ତି ।

Leave A Reply

Your email address will not be published.