Latest Odisha News

BREAKING NEWS

ଷ୍ଟିମ୍‌ କରି ଫେରାଇ ଆଣନ୍ତୁ ତ୍ୱଚାର ପୁରୁଣା ସୁନ୍ଦରତା

କର୍ମକ୍ଷେତ୍ରରେ ବ୍ୟସ୍ତତା ଯୋଗୁଁ ତ୍ୱଚାର ଯତ୍ନ ନେବାକୁ ପ୍ରାୟ ସମସ୍ତେ ଭୁଲି ଯାଆନ୍ତି । ଫଳରେ ତ୍ୱଚା ଶୁଷ୍କ ପଡିଯାଇଥାଏ, ସେଥିରେ ଯେତେ ପରିମାଣରେ କ୍ରିମ ବା ମଶ୍ଚରାଇଜର ଲଗାଇଲେ ମଧ୍ୟ ମୁହଁରେ ସେହି ଚମକ ପୁନଃ ଫେରି ଆସେ ନାହିଁ ।

ତେବେ କିନ୍ତୁ ଷ୍ଟିମ୍‌ ଜରିଆରେ ଆପଣ ସହଜରେ ନିଜର ତ୍ୱଚାର ପୁରୁଣା ଚମକକୁ ଫେରାଇ ଆଣି ପାରିବେ । ତେବେ ଆସନ୍ତୁ ଜାଣିବା କିପରି କରିବେ ଏହି ଷ୍ଟିମ…

ପ୍ରଥମେ ମୁହଁକୁ କ୍ଲିଞ୍ଜର ଲଗାଇ ଭଲଭାବେ ସଫା କରି ନିଅନ୍ତୁ। ଏକ ବଡ଼ ପାତ୍ରରେ ଫୁଟା ପାଣି ନିଅନ୍ତୁ। ବର୍ତ୍ତମାନ ମୁଣ୍ଡରେ ଟାଓ୍ବାଲ ଘୋଡାଇ ପାଣିରୁ ବାହାରୁ ଥିବା ବାମ୍ଫରେ ମୁହଁ ଦେଖାନ୍ତୁ। ଏହାଦ୍ୱାରା ତ୍ୱଚାରେ ଥିବା ପୋର୍‌ ବା ରନ୍ଧ୍ର ଖୋଲିଯିବ। କିଛି ସମୟ ଏପରି କରିବା ପରେ ଏକ ଟୁଇଜର୍‌ ସାହାଯ୍ୟରେ ଚାପି ଚାପି ବ୍ଲାକ୍‌ହେଡ୍‌ସ କିମ୍ବା ହ୍ବାଇଟ୍‌ହେଡ୍‌ସକୁ କାଢି ଦିଅନ୍ତୁ, ଏହାଦ୍ୱାରା ତ୍ୱଚା ଚିକ୍କଣ ଏବଂ ସୁନ୍ଦର ଦେଖାଯିବ ।

ଷ୍ଟିମ୍‌ ନେବା ଦ୍ୱାରା ତ୍ୱଚାରେ ବ୍ରଣ ଆଦି ସମସ୍ୟା ସୃଷ୍ଟି କରୁଥିବା ଡେଡ୍‌ ସେଲ୍‌ଗୁଡିକ ନରମ ହୋଇ ସହଜରେ ବାହାରି ଆସିଥାଏ, ଯାହାଦ୍ୱାରା ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି ପାଇଥାଏ ।

– ତୁଳସୀ ପତ୍ର, ଗୋଲାପ ଜଳ, ଲେମ୍ବୁ ରସ ଏ ଭିତରୁ ଆପଣଙ୍କ ପସନ୍ଦର ଯେକୌଣସି ଦ୍ରବ୍ୟ ଗରମ ପାଣିରେ ପକାଇ ଷ୍ଟିମ୍‌ ନେଇପାରିବେ ।

– ଷ୍ଟିମ୍‌ ନେବା ପରେ ଉଷୁମ ପାଣିରେ ତ୍ୱଚାକୁ ଭଲ ଭାବେ ଧୋଇ ଦେବେ ଏବଂ ମୁଲତାନି ମାଟିର ଏକ ଫେସପ୍ୟାକ୍‌ ଲଗାଇବେ । ଯଦି ମୁଲତାନି ମାଟି ନଥାଏ ତେବେ ଟୋନର ସାହାଯ୍ୟରେ ତ୍ୱଚାକୁ ହାଲୁକା ଭାବେ ପୋଛି ମଶ୍ଚରାଇଜର ଲଗାବାକୁ ଭୁଲିବେ ନାହିଁ । ସପ୍ତାହରେ ଥରେ ଆପଣ ଏହି ଉପାୟରେ ଷ୍ଟିମ୍‌ ନେଇ ପାରିବେ ।

Leave A Reply

Your email address will not be published.