Latest Odisha News

BREAKING NEWS

ଆଗାମୀ ୨୦୧୯ ନିର୍ବାଚନ ଲଢିବି ନାହିଁ: ସୁଷମା ସ୍ୱରାଜ

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ସୁଷମା ସ୍ୱରାଜ୨୦୧୯ ସାଧାରଣ ନିର୍ବାଚନ ଲଢିବେ ନାହିଁ ବୋଲି ମଙ୍ଗଳବାର ଦିନ ଘୋଷଣା କରିଛନ୍ତି ।

ବିଜେପିର ଏହି ବରିଷ୍ଠ ନେତ୍ରୀ ତଥା ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଇନ୍ଦୋର ଠାରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ସୁଷମାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଯୋଗୁଁ ନିର୍ବାଚନ ଲଢିବେ ନାହିଁ ସୂଚନା ଦେଇଛନ୍ତି ।

ଏସମ୍ପର୍କରେ ସେ ନିଜ ଦଳକୁ ମଧ୍ୟ ଅବଗତ କରାଇ ସାରିଛନ୍ତି । ଦଳକୁ ଅବଗତ ପରେ “ଦଳୀୟ ବିଚାର ଅନୁସାରେ ଦଳ ଏକ ଯାହା ନିଷ୍ପତ୍ତି ନେବ କିନ୍ତୁ ମୁଁ ଆସନ୍ତା ନିର୍ବାଚନ ନଲଢିବା ପାଇଁ ବ୍ୟକ୍ତିଗତ ନିଷ୍ପତ୍ତି ନେଇସାରିଛି” ବୋଲି ସେ ପ୍ରକାଶ କରିଛନ୍ତି ।

ଏବେ ସୁଷମା ଭୋପାଳରୁ ୫୬ କିମି ଦୂରବର୍ତ୍ତୀ ବିଦିଶା ଲୋକସଭାର ସାଂସଦ ଭାବେ ରହିଛନ୍ତି । ୨୦୧୬ ମସିହାରେ ମାସାଧିକ କାଳ ଅସୁସ୍ଥତା ଯୋଗୁଁ ସେ କାର୍ଯ୍ୟରୁ ବିରତ ରହିବା ପାଇଁ ବାଧ୍ୟ ହୋଇଥିଲେ, ପରେ ତାଙ୍କର କିଡନୀ ପ୍ରତିରୋପଣ ହୋଇଥିଲା ।

Leave A Reply

Your email address will not be published.