Latest Odisha News

BREAKING NEWS

କବି ନିତ୍ୟାନନ୍ଦ ନାୟକ ପାଇବେ ଚଳିତ ବର୍ଷର ଶାରଳା ପୁରସ୍କାର

ଭୁବନେଶ୍ୱର :ବିଶିଷ୍ଟ କବି ନିତ୍ୟାନନ୍ଦ ନାୟକ ତାଙ୍କ କବିତା ସଂକଳନ ‘ସେତେବେଳକୁ ନ ଥିବ’ ପାଇଁ ପାଇବେ ୪୧ ତମ ଶାରଳା ପୁରସ୍କାର । ପୁରସ୍କାର ବାବଦକୁ ତାଙ୍କୁ ୫ ଲକ୍ଷ ଟଙ୍କା ଅର୍ଥ ରାଶି ସହ ମାନପତ୍ର ପ୍ରଦାନ କରାଯିବ । ଏହି କବିତା ପୁସ୍ତକଟି ୨୦୧୭ ମସିହାରେ ଫ୍ରେଣ୍ଡସ୍ ପବ୍ଲିକେଶନ ପକ୍ଷରୁ ପ୍ରକାଶ ପାଇଥିଲା ।

ଏଥି ସହ ଅନ୍ୟ ଦୁଇ ଜଣଙ୍କୁ ଇଲା ପଣ୍ଡା ସଙ୍ଗୀତ ସମ୍ମାନ ଓ ଇଲା ପଣ୍ଡା ଚିତ୍ରକଳା ସମ୍ମାନରେ ସମ୍ମାନିତ କରାଯିବ । ଏହି ଦୁଇ ବ୍ୟକ୍ତି ହେଲେ ରଂଜିତ କୁମାର ନାଗ୍ ଓ ଶ୍ୟାମସୁନ୍ଦର ପଟ୍ଟନାୟକ । ଏମାନଙ୍କୁ ପ୍ରତ୍ୟେକ ଦେଢ ଲକ୍ଷ ଟଙ୍କା ଅର୍ଥ ରାଶି ସହ ମାନପତ୍ର ଦିଆଯିବ ।

କୋଭିଡ କଟକଣା ଥିବାରୁ ଚଳିତ ବର୍ଷ କୌଣସି ସମାରୋହ କରା ନ ଯାଇ ବ୍ୟକ୍ତିଗତ ଭାବେ ପ୍ରଦାନ କରାଯିବ ବୋଲି ଇଣ୍ଡିଆନ ମେଟାଲସ୍ ଆଣ୍ଡ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ କୁହାଯାଇଛି ।

ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡା ଓ ସ୍ୱର୍ଗତ ଇଲା ପଣ୍ଡାଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଶାରଳା ପୁରସ୍କାର’ ଇମ୍ଫା ଦ୍ୱାରା ପରିଚାଳିତ ଇମ୍ପାକ୍ଟ ପକ୍ଷରୁ ୧୯୮୦ ମସିହାରୁ ପ୍ରଦାନ କରାହୋଇଆସୁଛି ।

Leave A Reply

Your email address will not be published.