Latest Odisha News

ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପ ଅଞ୍ଚଳ ବିପଦମୁକ୍ତ, ଖାଲି କରାଗଲା ଗ୍ୟାସ ଟାଙ୍କି

ଭୁବନେଶ୍ୱର: ରାଜଭବନ ଅଞ୍ଚଳ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ବିପଦ ଟଳିଛି । ବିଳମ୍ବିତ ରାତିରେ IOCL ଅଧିକାରୀ ଫାଟିଥିବା ଗ୍ୟାସ ଟାଙ୍କିକୁ ଖାଲି କରିଦେଇଛନ୍ତି । ସେଥିରୁ ବାହାର କରାଯାଇଛି ବାକିଥିବା ଗ୍ୟାସ । ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି ।

ଖାଲି ହୋଇଛି ପେଟ୍ରୋଲ ପମ୍ପରେରେ ଥିବା ୨ ନମ୍ବର ଗ୍ୟାସ୍‌ ଟାଙ୍କି । କିଛି ସମୟରେ ପେଟ୍ରୋଲ ଓ ଡିଜେଲ ଟାଙ୍କି ଖାଲି କରାଯିବ । ବର୍ତ୍ତମାନ ସଂପୃକ୍ତ ପେଟ୍ରୋଲ ପମ୍ପ ଅଞ୍ଚଳ ବିପଦମୁକ୍ତ ରହିଛି । ତଥାପି ସଂପୃକ୍ତ ଅଞ୍ଚଳ ଉପରେ ନଜର ରଖାଯାଇଛି ।

ଗତକାଲି ରାଜଭବନ ନିକଟରେ ଥିବା ପେଟ୍ରୋଲ ପମ୍ପରେ ଭୟାବହ ବିସ୍ଫୋରଣ ହୋଇଥିଲା । ପରେ ଲାଗିଥିଲା ନିଆଁ । ବିସ୍ଫୋରଣରେ 8 ଜଣ ଆହତ ହୋଇଛନ୍ତି । ସେମାନଙ୍କର କଟକ ବଡ଼ ମେଡିକାଲ ଓ କ୍ୟାପିଟାଲ ହସ୍ପିଟାଲରେ ଚାଲିଛି ଚିକିତ୍ସା । କେମିତି ଓ କେଉଁ ପରିସ୍ଥିତିରେ ବିସ୍ଫୋରଣ ହେଲେ ତଦନ୍ତ ଜାରି ରହିଛି ।

ସାଇଣ୍ଡିଫିକ୍ ଓ ଫରେନସିକ୍ ଟିମ୍ ଅନୁଧ୍ୟାନ ଚଳାଇଛନ୍ତି । ଅପରାଧିକ ମାମଲା ରୁଜୁ କରିଛି କମିଶନରେଟ ପୋଲିସ । ତେବେ ବିସ୍ଫୋରଣ ଘଟଣା ଅନେକ ପ୍ରଶ୍ନବାଚୀ ବି ସୃଷ୍ଟି କରିଛି ।

Leave A Reply

Your email address will not be published.