Latest Odisha News

BREAKING NEWS

ଆଜି ୱାର୍ଲଡ ଅକ୍ଟୋପସ୍‌ ଡେ

ପ୍ରତିବର୍ଷ ଅକ୍ଟୋବର ୮ ତାରିଖରେ ପାଳିତ ହୁଏ ବିଶ୍ବ ଅକ୍ଟୋପସ୍‌ ଦିବସ। ଅକ୍ଟୋପସ୍‌ର ସୃଷ୍ଟି ତିରିଶ କୋଟି ବର୍ଷ ତଳେ ହୋଇଥିଲା। ଅର୍ଥାତ୍‌ ଏହା ଡାଇନେସର୍‌ ଠାରୁ ମଧ୍ୟ ପୁରୁଣା।

ଏହାର ମସ୍ତିଷ୍କରେ ନ୍ୟୁରନ୍‌ ସଂଖ୍ୟା ପଚାଶ କୋଟିରୁ ଅଧିକ। ଏଯାବତ୍‌ ତିନି ଶହ ପ୍ରଜାତିର ଅକ୍ଟୋପସ୍‌ ଚିହ୍ନଟ କରାଯାଇଛି। ଏମାନଙ୍କର ଓଜନ ତିନି ଶହ କିଲୋଗ୍ରାମ ପର୍ଯ୍ୟନ୍ତ ବଢ଼ିଥାଏ।

ଏହି ପ୍ରାଣୀର ହୃତ୍‌ପିଣ୍ଡ ସଂଖ୍ୟା ତିନି। ଜନ୍ମବେଳେ ଏହି ପ୍ରାଣୀ ଆକାର‌ରେ ବେଶ୍‌ ଛୋଟ ଥାନ୍ତି। ବିଶେଷ କରି କୋରିଆନ୍‌ମାନେ ଜୀବନ୍ତ ଅକ୍ଟୋପସ୍‌ ଆହାର ଭାବେ ଗ୍ରହଣ କରିଥାନ୍ତି।

ବ୍ଲୁ-ରିଂଗ୍‌ଡ ପ୍ରଜାତିର ଅକ୍ଟୋପସ୍‌ ଅତ୍ୟନ୍ତ ବିଷାକ୍ତ ହୋଇଥାଏ। ଏହି ପ୍ରଜାତିର ଅକ୍ଟୋପସ୍‌ ମଣିଷକୁ କାମୁଡିଲେ ମଣିଷର ମୃତ୍ୟୁ ସୁନିଶ୍ଚିତ।

Leave A Reply

Your email address will not be published.