Latest Odisha News

BREAKING NEWS

ସାହିତ୍ୟର ସମସ୍ତ ବିଭାଗକୁ ସମୃଦ୍ଧ କରି ଉଦାହରଣ ସୃଷ୍ଟି କରିଛନ୍ତି କବି ପ୍ରସନ୍ନ ମିଶ୍ର

ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ କବି ପ୍ରସନ୍ନ ମିଶ୍ରଙ୍କର ତୈଳଚିତ୍ର ଉନ୍ମୋଚିତ

କଟକ : ଉତ୍କଳ ସାହିତ୍ୟ ସମାଜ, କଟକ ପକ୍ଷରୁ ଶ୍ରୀରାମଚନ୍ଦ୍ର ଭବନରେ, ବିଶିଷ୍ଟ କବି ପ୍ରସନ୍ନ କୁମାର ମିଶ୍ରଙ୍କ ତୈଳଚିତ୍ର ଉନ୍ମୋଚିତ ହୋଇଯାଇଛି।

ଉତ୍କଳ ସାହିତ୍ୟ ସମାଜର ସଭାପତି ତରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉନ୍ମୋଚନ ପର୍ବରେ ବିଶିଷ୍ଟ କବି ଅମରେଶ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ, ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହୃଷୀକେଶ ମଲ୍ଲିକ ସମ୍ମାନିତ ଅତିଥି ଭାବରେ, ଏବଂ କବି କେଦାର ମିଶ୍ର ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ।

କବି ଶ୍ରୀ ମିଶ୍ରଙ୍କର କବିତା ମାନବବାଦୀ ଆଭିମୁଖ୍ୟର ଉତ୍କର୍ଷତାକୁ ସ୍ପର୍ଶ କରିଛି ଏବଂ ସାହିତ୍ୟର ସମସ୍ତ ବିଭାଗକୁ ସମୃଦ୍ଧ କରି ସେ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ଅତିଥିମାନେ ତାଙ୍କ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଶ୍ରୀ ମିଶ୍ର କବିଙ୍କର ସାରସ୍ୱତ ସୃଷ୍ଟି ଉପରେ ଆଲୋଚନା କରିଥିଲେ।

ଏହି ଉତ୍ସବରେ ସରୋଜିନୀ ଷଡ଼ଙ୍ଗୀ , ଅମୀୟ ରଞ୍ଜନ ମହାପାତ୍ର ଓ ପିନାକୀ ସିଂହ କବିତା ପାଠ କରିଥିଲେ ଏବଂ କବିଙ୍କ କନ୍ୟା ପ୍ରାଚୀତାରା ତାଙ୍କ ବାପାଙ୍କ ଜୀବନ ଓ ସାରସ୍ୱତ ସାଧନା ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ।

ସଞ୍ଜିତ କୁମାର ପଟ୍ଟନାୟକଙ୍କ ସ୍ୱାଗତ ଭାଷଣ ସହ ଆରମ୍ଭ ହୋଇଥିବା ଏଇ କାର୍ଯ୍ୟକ୍ରମରେ ଆଦିତ୍ୟ ପ୍ରତାପ ଧଳ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ସରୋଜିନୀ ମିଶ୍ର ଅତିଥିମାନଙ୍କୁ ମଞ୍ଚ ଉପରକୁ ଆମନ୍ତ୍ରଣ କରିଥିଲେ ଏବଂ ପରିଶେଷରେ ବ୍ରହ୍ମାନନ୍ଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନେକ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ ତଥା ସାହିତ୍ୟିକ ଯୋଗ ଦେଇଥିଲେ।

Leave A Reply

Your email address will not be published.