Latest Odisha News

BREAKING NEWS

୧୦୯ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ସମ୍ବନ୍ଧ ପ୍ରାଇଭେଟ ଲିମିଟେଡର ଏମଡି ଗିରଫ

ଭୁବନେଶ୍ୱର : ଠକେଇ ମାମଲାରେ ଗିରଫ ହେଲେ ସମ୍ବନ୍ଧ ଫିନସର୍ଭ ପ୍ରାଇଭେଟ ଲିମିଟେଡର ଏମଡି ଦୀପକ କିଣ୍ଡୋ । ୧୦୯ କୋଟିରୁ ଉଦ୍ୱର୍ ଟଙ୍କା ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଦୀପକ କିଣ୍ଡୋ ହେଉଛନ୍ତି ପୂର୍ବତନ ଆଇଏସ୍ ଅଧିକାରୀ ସ୍ୱର୍ଗତ ଲିଭନଓ କିଣ୍ଡୋଙ୍କ ପୁଅ । କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା କିଣ୍ଡୋଙ୍କୁ ଗିରଫ କରିଛି ।ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇପାରେ ବୋଲି ସୂଚନା ମିଳିଛି ।

ବହୁ ଦିନ ଧରି ଫେରାର ଥିଲେ ଦୀପକ କିଣ୍ଡୋ । ତାଙ୍କ ନାଁରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରାଯାଇଥିଲା । ଭୁବନେଶ୍ୱର ଅର୍ଣ୍ଣପୂର୍ଣ୍ଣା ଫାଇନାନ୍ସ ଲିମିଟେଡ ଠାରୁ ୫ କୋଟି ଟଙ୍କା ଋଣ ନେଇ କୁଆଡେ ଫେରାର ହୋଇଯାଇଥିଲେ ଦୀପକ । ଏନେଇ ଅର୍ଣ୍ଣପୂର୍ଣ୍ଣା ଫାଇନାନ୍ସ ପକ୍ଷରୁ ତାଙ୍କ ନାରେ ଅଭିଯୋଗ ହୋଇଥିଲା । ବିଭିନ୍ନ ଅଭିଯୋଗକୁ ଆଧାର କରି ଆଜି ଦୀପକଙ୍କୁ ଗିରଫ କରାଯାଇଛି ।

Leave A Reply

Your email address will not be published.