Latest Odisha News

BREAKING NEWS

ଦୋଳ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ପ୍ରବଳ ଭିଡ , ବ୍ୟାରିକେଡ ଭାଙ୍ଗି ଧସେଇ ପଶିଲେ ଭକ୍ତ

ପୁରୀ : ପୁରୀରେ ଆଜି ପବିତ୍ର ଦୋଳ ପୂର୍ଣ୍ଣିମା ।ମହାପ୍ରଭୁଙ୍କ ରାଜାରାଜେଶ୍ୱର ବେଶ ଅର୍ଥାତ୍ ସୁନେବେଶ ଥିବାରୁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା । ଏହି ସମୟରେ ନୀତିକାନ୍ତି ବିଳମ୍ବ ହେବାରୁ ଶ୍ରୀମନ୍ଦିର ଭିତରକୁ ବ୍ୟାରିକେଟ ଭାଙ୍ଗି ଧସେଇ ପସିଛନ୍ତି ଭକ୍ତମାନେ । ସିଂହଦ୍ୱାର ସମ୍ମୁଖ ବ୍ୟାରିକେଟ ଭାଙ୍ଗି ଶହ ଶହ ଭକ୍ତ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି । ମୁଣ୍ଡଫଟା ଖରାରେ ଭକ୍ତମାନେ ବହୁ ସମୟ ଧରି ଠିଆ ହୋଇଥିଲେ । ଟାଉନ ଥାନାରୁ ପ୍ରାୟ ଦେଢ କିଲୋମିଟର ପର୍ଯ୍ୟନ୍ତ ଲାଇନ ଲାଗିଥିଲା ।

ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାକୁଳ ଥିଲେ ଭକ୍ତମାନେ । ଏହି ସମୟରେ ଅତିଷ୍ଟ ହୋଇ ଭକ୍ତମାନେ ବ୍ୟାରିକେଟ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ । ଭକ୍ତମାନେ ଧସେଇ ପଶିବା ବେଳେ ପୋଲିସ ମଧ୍ୟ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା । ହେଲେ ଅଟକାଇ ପାରିନଥିଲା । ଦଳା ଚକଟାରେ ଅନେକ ଭକ୍ତ ମଧ୍ୟ ଆହତ ହୋଇଥିଲେ । ସେପଟେ ଏନେଇ ବରିଷ୍ଠ ସେବାୟତଙ୍କୁ ପଚାରିବାରୁ ସେ କହିଛନ୍ତି ପ୍ରବଳ ଖରା ଯୋଗୁଁ ଭକ୍ତ ମାନେ ଶୀଘ୍ର ଦର୍ଶନ କରିବା ପାଇଁ ଏପରି କରିଛନ୍ତି । ଭକ୍ତ ମାନଙ୍କ ଦର୍ଶନ ପାଇଁ ଚାରି ଦ୍ୱାର ଖୋଲାଯାଉ ବୋଲି କହିଛନ୍ତି ସେବାୟତ ।

ଦଳା ଚକଟା ପରେ ସ୍ଥିତି ଅନୁଧ୍ୟାନ ପାଇଁ ଶ୍ରୀ ମନ୍ଦିରରେ ପହଁଞ୍ଚିଛନ୍ତି ଜିଲ୍ଲାପାଳ ତଥା ଉପମୁଖ୍ୟ ପ୍ରଶାସକ । ନୀତିକାନ୍ତି ବିଳମ୍ବ କାହିଁକି ହେଲେ ସେବିଷୟରେ ପଚାରି ବୁଝିଛନ୍ତି । ଏ ବିଷୟରେ ଏସିପିଙ୍କ ସହ ସିଧିସଳଖ ଆଲୋଚନା କରିଥିଲେ ଜିଲ୍ଲାପାଳ।

 

Leave A Reply

Your email address will not be published.