Latest Odisha News

ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲା: NCB ସାକ୍ଷୀ ନାଁରେ ପୁଣେ ପୋଲିସର ଲୁକଆଉଟ୍ ନୋଟିସ୍

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ଏନସିବିର ସାକ୍ଷୀ ନାଁରେ ଲୁକଆଉଟ୍ ନୋଟିସ୍ । ପୁଣେ ସିଟି ପୋଲିସ ସାକ୍ଷୀ କେ.ପି. ଗୋସାବୀଙ୍କ ନାଁରେ ନୋଟିସ୍ ଜାରି କରିଛି । ତାଙ୍କୁ ଡ୍ରଗ୍ସ କେସ୍ ମାମଲାରେ ସାକ୍ଷୀ କରିଛି ଏନସିବି । ଶାହାରୁଖ ଖାନଙ୍କ ପୁଅ ଗିରଫ ହେବା ଦିନ ଆର୍ୟନଙ୍କ ସହ ସେଲଫି ନେଇ ଚର୍ଚ୍ଚାକୁ ଆସିଥିଲେ କେ. ପି. ଗୋସାବୀ । ଚାକିରି କରାଇ ଦେବାକୁ କହି ଠକେଇ ଅଭିଯୋଗରେ ତାଙ୍କ ନାଁରେ ୨୦୧୮ରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ତାଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି ପୁଣେ ପୋଲିସ ।

ମାଲେସିଆରେ ଚାକିରି କରାଇ ଦେବାକୁ କହି ଗୋସାବୀ ପୁଣେର ଜଣେ ବ୍ୟକ୍ତିଙ୍କଠାରୁ ୩ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିଲେ । ଚାକିରି କରାଇ ଦେଲେ ନାହିଁ କି ଟଙ୍କା ବି ଫେରସ୍ତ କରି ନଥିବା ଅଭିଯୋଗ ହୋଇଛି । ବହୁ ଲୋକଙ୍କର ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ରହିଛି କେ. ପି. ଗୋସାବୀଙ୍କ ନାଁରେ । ଠକେଇ ମାମଲାରେ ସେ ଫେରାର୍ ଅଛନ୍ତି ।

କ୍ରୁଜ୍ ଡ୍ରଗ୍ସ ମାମଲାରେ ଆର୍ୟନ୍ ଓ ତାଙ୍କ ସାଙ୍ଗ ଅରବାଜ ଗିରଫ ହେବା ପରେ ଗୋସାମୀ ସେମାନଙ୍କୁ ଜାହାଜରୁ ଏନସିବି ହେଡକ୍ୱାର୍ଟସକୁ ଏସକର୍ଟ କରି ନେଉଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ପ୍ରଶ୍ନ ଉଠାଇଥିଲେ ଏନସିପି ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ନଓ୍ୱାବ ମଲ୍ଲିକ । ସେଠାରେ କେ. ପି. ଗୋସାବୀଙ୍କ କାମ କଣ ବୋଲି ପ୍ରଶ୍ନ କରିଥିଲେ । ତାଙ୍କୁ ଏନସିବି ସାକ୍ଷୀ ଦର୍ଶାଇଥିଲା । ଏବେ ଏନସିବିର ସାକ୍ଷୀଙ୍କ ନାଁରେ ଜାରି ହୋଇଛି ଲୁକ୍ ଆଉଟ୍ ନୋଟିସ୍ ।

Leave A Reply

Your email address will not be published.