Latest Odisha News

BREAKING NEWS

ଉନ୍ମୋଚିତ ହେଲା ‘ଅଫେରା ବସନ୍ତ’

ଭୁବନେଶ୍ୱର : ବର୍ଷା ପବ୍ଲିକେଶନ ଦ୍ୱାରା ପ୍ରକାଶିତ କବୀ ମମତା ରାଣୀ ନାୟକଙ୍କ ଗୀତି କବିତା ପୁସ୍ତକ “ଅଫେରା ବସନ୍ତ “,ସ୍ଥାନୀୟ ଓଡ଼ିଶା ସାମ୍ବାଦିକ ୟୁନିୟନ ପରିସରରେ ଉନ୍ମୋଚିତ ହୋଇଯାଇଛି।

ଏହି ଅବସରରେ ପ୍ରସନ୍ନ କୁମାର ଜେନା, କୃପାସିନ୍ଧୁ ମିଶ୍ର, ସଙ୍ଘମିତ୍ରା ମିଶ୍ର, ପ୍ରଣବ ଜ୍ୟୋତି ନାଥ, ମିତାଲି ଚିନାରା, ବିରେନ ଦାସ, ବାଦଲ ମହାନ୍ତି ମମତା ରାଣୀ ନାୟକ ଏବଂ ଲଷ୍ମୀକାନ୍ତ ପାଳିତ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ କବୀ ଶ୍ରୀମତୀ ନାଏକଙ୍କର ଗୀତି କବିତା ପାଠକ ମହଲରେ ଏକ ଆଲୋଡନ ସୃଷ୍ଟି କରିବା ସହ ବିଶେଷ ଭାବରେ ଆଦୃତ ହେବ ବୋଲି ମତ ପ୍ରକାଶ କରିଥିଲେ ।

Leave A Reply

Your email address will not be published.