Latest Odisha News

BREAKING NEWS

ଚଳିତ ବର୍ଷ ପାଇଁ ଶାନ୍ତି ଦାସ ପାଇଲେ ‘ଜୟକିରଣ ସମ୍ମାନ’

ଭୁବନେଶ୍ୱର : ଜୟ କିରଣ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଦଶମ ଜୟ କିରଣ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହା ସହ ଓଡ଼ିଶୀ ସଙ୍ଗୀତ ଗୁରୁ ଗୋପାଲ ଚନ୍ଦ୍ର ପଣ୍ଡା ଓ ନୃତ୍ୟ ଗୁରୁ ଗଙ୍ଗାଧର ପ୍ରଧାନଙ୍କୁ ସମର୍ପିତ ୨ଟି ସମ୍ମାନ ମଧ୍ୟ ପ୍ରଦାନ କରାଯାଇଛି।

ଟ୍ରଷ୍ଟର ସଭାପତି ଶାଶ୍ୱତୀ ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଶାନ୍ତି ଦାସଙ୍କୁ ଚଳିତ ବର୍ଷ ପାଇଁ ଜୟକିରଣ ସମ୍ମାନ ପ୍ରଦାନ କରାଯାଇଛି । ସେହିପରି ଓଡ଼ିଶୀ ନୃତ୍ୟ ପାଇଁ ସିକ୍ତା ଦାସ ଏବଂ ସଙ୍ଗୀତ ପାଇଁ ଲତା ଘୋଷଙ୍କୁ ସମ୍ମାନିତ କରାଯାଇଥିଲା।

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଦମ୍ପତି ସ୍ୱର୍ଗତଃ ଜୟକୃଷ୍ଣ ମହାନ୍ତି ଓ ସ୍ୱର୍ଗତଃ କିରଣ ଲେଖା ମହାନ୍ତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରତି ବର୍ଷ ଜଣେ ସମାଜ ସେବା ସହ ଜଡ଼ିତ ବ୍ୟକ୍ତିଙ୍କୁ “ଜୟ କିରଣ ସମ୍ମାନ”ରେ ସମ୍ମାନିତ କରାଯାଏ।

ଶ୍ରୀନିବାସ ଘଟୁଆରୀ, ମିତାଲି ଚିନାରା ଓ ସଂଗୀତା ପଣ୍ଡାଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେବୀ ପ୍ରସାଦ ମିଶ୍ର ଓ ପ୍ରମିଳା ମଲ୍ଲିକ ଅତିଥି ଭାବରେ ଯୋଗ ଦେଇଥିଲେ।

 

Leave A Reply

Your email address will not be published.