Latest Odisha News

ଦାସିଆ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ

ଉମରକୋଟ : ରାଜ୍ୟର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ” ଦାସିଆ ସାଂସ୍କୃତିକ ପରିଷଦ”ର ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ, ସ୍ଥାନୀୟ ଏସ. ଏସ. ଇଣ୍ଟରନ୍ୟାସନାଲଠାରେ ଅନୁଷ୍ଠିତ ହୋଇଯାଇଛି ଲ ଏହି ଅବସରରେ ପରିଷଦର ମୁଖପତ୍ର ” ପ୍ରେରଣା ” ଓ ବାସନ୍ତୀ ଲତା ଜେନାଙ୍କ କବିତା ସଙ୍କଳନ ‘ପୁଷ୍ପ ମହ୍ଲlର’ ଉନ୍ମୋଚିତ ହୋଇଯାଇଛି

ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ମୁଖ୍ୟ ଅତିଥି , ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ସଦସ୍ୟ ବଲ୍ଲଭ ରାଉତ ମୁଖ୍ୟ ବକ୍ତା, ଅଧ୍ୟାପିକା ସଂଯୁକ୍ତା ପଣ୍ଡା, ସମ୍ମାନିତ ବକ୍ତା, ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ l

ମୁଖ୍ୟ ଅତିଥି ଶ୍ରୀ ରଇତ ଓଡ଼ିଆ ଭାଷାର ସମୃଦ୍ଧି,ପ୍ରସାର ନିମନ୍ତେ ପରିଷଦର ବଳିଷ୍ଠ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିବାବେଳେ ମୁଖ୍ୟ ବକ୍ତା ଶ୍ରୀ ରାଉତ ଆମ ଜିଲ୍ଲାର ସାହିତ୍ୟରେ ନବଜାଗାରଣର ଉନ୍ମେଷ ହୋଇଛି ବୋଲି ମତବ୍ୟକ୍ତ କରିଥିଲେ l

ଏହି ଅବସରରେ ଶିକ୍ଷା, ସାହିତ୍ୟ, ସମାଜସେବା, ସଂଗଠନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ମୁଖ୍ୟ ଅତିଥି ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ l

ସମୀର କୁମାର ପ୍ରଧାନଙ୍କ ପରିଚାଳନାରେ “ଟିକିବାବୁ ସ୍ମୃତି ସମ୍ମାନ ” ଜଗନ୍ନାଥ ମହାପାତ୍ର, ଶ୍ରୀନିବାସ ପଟ୍ଟନାୟକ, କେଦାରେଶ୍ୱର ପଟ୍ଟନାୟକ, ବିବେକାନନ୍ଦ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଥିଲା l ” ଦାଶରଥି ପଟ୍ଟନାୟକ ସ୍ମୃତି ସମ୍ମାନ ” ବଲ୍ଲଭ ରାଉତ, ସଂଯୁକ୍ତା ପଣ୍ଡା, ଲକ୍ଷ୍ମୀକାନ୍ତ ବାହିନୀପତି ଓ ” ପ୍ରେରଣା ସାରସ୍ୱତ ସମ୍ମାନ ” ବଳରାମ ପୂଜାରୀ , ସାଇମନ ବିଡ଼ିକା, ଶେଖ ଅବଦୁଲ ଖାଲିକ, ସୁମତି ମୁଣ୍ଡ, ସୁରେଶ କୁମାର ଆଚାର୍ଯ୍ୟଙ୍କୁ ପ୍ରଦାନ କରାଯାଇଥିଲା l ସୁବାସ ଚନ୍ଦ୍ର ସ୍ୱାଇଁ ସ୍ମୃତି ସମ୍ମାନ ଏସ. ଏ. ଏସ.ବାଲ ମନ୍ଦିରକୁ ପ୍ରଦାନ କରାଯାଇଛି l

ଏହି କାର୍ଯ୍ୟକ୍ରମରେ ପରିଷଦର ସଭାପତି ଟୁଟୁବାବୁ ପଟ୍ଟନାୟକ, ସମ୍ପାଦକ ଏମ. ହିମାଂଶୁ ଆଚାରୀ ଉପସ୍ଥିତ ଥିଲେ l ସମ୍ପାଦକ ଶ୍ରୀ ଆଚାରୀ ଅତିଥି ପରିଚୟ ପ୍ରଦାନ କରିବା ସହ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l ପରିଶେଷରେ ସମୀର କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.