ଭୁବନେଶ୍ୱର : ସାହିତ୍ୟ ପତ୍ରିକା କାହାଣୀ ଆନୁକୂଲ୍ୟରେ କବି ଶଶଧର ଦାସଙ୍କ କବିତା ସଙ୍କଳନ ‘ଝରକା ବାହାରେ ଭାରତ’ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ବିଶିଷ୍ଟ କବି ରମାକାନ୍ତ ରଥଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି।
ରବି ନାରାୟଣ ସେନାପତିଙ୍କ ସ୍ଵଭାପତିତ୍ୱରେ ଏହି ସାରସ୍ୱତ ସଭାରେ ମୁଖ୍ୟବକ୍ତା ଭାବରେ ଅଧ୍ୟାପକ ବିଶ୍ଵରଞ୍ଜନ ଏବଂ ଅନ୍ୟତମ ଅତିଥି ଭାବରେ ମନୋରଞ୍ଜନ ପାଣିଗ୍ରାହୀ ଓ ବିଜୟ ନାୟକ ଯୋଗ ଦେଇଥିଲେ।
ଉକ୍ତ କବିତା ସଙ୍କଳନରେ ସ୍ଥାନିତ କବିତା ସବୁ ଭାରତ ଏବଂ ଭାରତୀୟ ଗାଁର ସାମ୍ପ୍ରତିକ ମାନଚିତ୍ରର ଉଜୁଡ଼ା ଚିତ୍ରକୁ କବି ବ୍ୟଥିତ ପ୍ରାଣରେ କବିତା ମାଧ୍ୟମରେ ଉପସ୍ଥାପନ କରିଛନ୍ତି ବୋଲି ଅତିଥିମାନେ ମତବ୍ୟକ୍ତ କରନ୍ତି କରିଥିଲେ।
ଏହି କାର୍ଯ୍ୟକ୍ରମରେ ଦେବାଶିଷ ମହାପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଅଶୋକ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.