Latest Odisha News

ଦାସିଆ ସାଂସ୍କୃତିକ ପରିଷଦର ରାଜ୍ୟସ୍ତରୀୟ କବିତା ଆସର

ଉମରକୋଟ : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘ ଦାସିଆ ସାଂସ୍କୃତିକ ପରିଷଦ ‘ ତରଫରୁ ଗୁଗୁଲ ମିଟ ମାଧ୍ୟମରେ ଏକ ରାଜ୍ୟସ୍ତରୀୟ କବିତା ଆସର ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି l

କବି ଏମ. ହିମାଂଶୁ ଆଚାରୀଙ୍କ ସ୍ୱାଗତ ଭାଷଣରେ ଆରମ୍ଭ ଏହି କାର୍ଯ୍ୟକ୍ରମରେ କେଦାରେଶ୍ଵର ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷା ପ୍ରଶାସକ ଅଭୟ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବରେ ଏବଂ ଓଡିଶାର ସ୍ୱନାମଧନ୍ୟl କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ର ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ l

ସାହିତ୍ୟିକମାନେ ସାମ୍ପ୍ରତିକ ଘଟଣାବଳୀକୁ ନେଇ ଲେଖନୀ ଚାଳନା କରିବା ଉଚିତ ବୋଲି ଶ୍ରୀ ମଲ୍ଲିକ ମତବ୍ୟକ୍ତ କରିଥିବା ବେଳେ , କବି ଓ କବୟିତ୍ରୀଙ୍କୁ କାଳଜୟୀ ସର୍ଜନା କରିବାକୁ ଶୈଳଭାମା ପରାମର୍ଶ ଦେଇଥିଲେ l

ଏହି କବିତା ଆସରରେ ବିନ୍ଦୁ ନିବେଦିତା, ଜ୍ୟୋତି ରାଣୀ ପଣ୍ଡା, ସୁମତି ମୁଣ୍ଡ, ବେବୀରାଣୀ ନନ୍ଦ, ମମତା ପ୍ରିୟଦର୍ଶିନୀ ସାହୁ, ଦେବଯାନୀ ରାୟ, କପିଳ ଚନ୍ଦ୍ର ମହାନ୍ତି, ସସ୍ମିତା ମେହେର, ବଙ୍କିମ ଚନ୍ଦ୍ର ମଣ୍ଡଳ, ପୁଷ୍ପାଞ୍ଜଳି ପଣ୍ଡା ପ୍ରମୁଖ ଯୋଗ ଦେଇ ସ୍ୱରଚିତ କବିତା ଆବୃତ୍ତି କରି କାର୍ଯ୍ୟକ୍ରମକୁ ରୁଦ୍ଧିମନ୍ତ କରିଥିଲେ l

ଏହି କାର୍ଯ୍ୟକ୍ରମକୁ ସୁମତି ମୁଣ୍ଡ ଓ ରାଧାରାଣୀ ସରକାର ସଂଯୋଜନା କରିଥିଲେ l ପରିଶେଷରେ ପରିଷଦର ସଭାପତି ଟୁଟୁବାବୁ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l

 

Comments are closed.