Latest Odisha News

BREAKING NEWS

ରକ୍ତହୀନତା ସାଙ୍ଗକୁ କୋଷ୍ଠକାଠିନ୍ୟ ଦୂର କରିଥାଏ ପୋଟଳ ! ଜାଣନ୍ତୁ ସ୍ୱାସ୍ଥ୍ୟ ପ୍ରତି କେତେ ଫଳପ୍ରଦ ..

ଦିଲ୍ଲୀ : ପୋଟଳ ଏକ ଭଲ ପରିବା, ଯାହାକି ସ୍ୱାସ୍ଥ୍ୟ ଲାଗି ଅତ୍ୟନ୍ତ ଲାଭପ୍ରଦ। ପୋଟଳରେ ଭିଟାମିନ୍ ଏ,ବି ଓ୍ଵାନ୍,ବି ଟୁ ଏବଂ ଭିଟାମିନ୍ ସି ଆଦି ବହୁଳ ମାତ୍ରାରେ ରହିଛି  । ଏହା ଆମ ଶରୀରରେ ରୋଗ ପ୍ରତିରୋଧକ କ୍ଷମତାକୁ ବଢାଇ ରୋଗ ଦାଉରୁ ଲଢିବାରେ ସାହାଯ୍ୟ କରିଥାଏ। ଏଥିସହିତ ଏଥିରେ ଆଣ୍ଟି ଅକ୍ସିଡେଣ୍ଟ୍ସର ମାତ୍ରାଧିକ ପରିମାଣ ହେତୁ ଗ୍ୟାସ୍ ଜନିତ ସମସ୍ୟାରୁ ରକ୍ଷା କରିବା ପାଇଁ ବି ଏହା ଅତ୍ୟନ୍ତ ଉପକାରୀ ଅଟେ। ଏତଦବ୍ୟତୀତ ପୋଟଳ ଆମର ଶରୀର ପ୍ରତି କେତେ ଉପକାରୀ ଆସନ୍ତୁ ଜାଣିବା …

ପୋଟଳ ଖାଇଲେ ଆମ ଶରୀରର ହାଡ଼ ସୁସ୍ଥ ରହିବା ସହିତ କଫଜନିତ ସମସ୍ୟାକୁ ଦୂର ହୋଇଥାଏ। ରକ୍ତ ସଫା କରିବାରେ ବି ବେଶ୍ ସହାୟକ ହୋଇଥାଏ  । ପୋଟଳରେ ଫାଇବରର ମାତ୍ରା ଅଧିକ ଥିବାରୁ ଏହା ଆମ ହଜମ କ୍ରିୟାରେ ସହାୟକ ହୁଏ  । ଏବଂ  ଗ୍ୟାସ୍ ଜନିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ। ଏହା କୋଷ୍ଠକାଠିନ୍ୟ ସମସ୍ୟାକୁ ବି ଦୂର କରିଥାଏ । ସାଧାରଣତଃ ୧୦୦ ଗ୍ରାମ୍ ପୋଟଳର ଚୋପାରେ ୨୪ କ୍ୟାଲୋରି ରହିଥାଏ  । ଏବଂ ଏଥିରେ ମ୍ୟାଗ୍ନେସିଅମ୍,ପୋଟାସିଅମ୍,ଫସଫରସ୍ ଆଦି ଭରପୂର ମାତ୍ରାରେ ଥାଏ। ଆୟୁର୍ବେଦ ଅନୁଯାୟୀ ପୋଟଳ ଖାଇଲେ ତ୍ୱଚାଜନିତ ସମସ୍ୟା, ଥଣ୍ଡାଜନିତ ସମସ୍ୟା ଏବଂ କୋଷ୍ଠକାଠିନ୍ୟଜନିତ ସମସ୍ୟା ଆଦି ଦୂର ହୋଇଥାଏ।

Leave A Reply

Your email address will not be published.