Latest Odisha News

BREAKING NEWS

ସିସି ଟିଭିରେ ବ୍ଲାକ ଜ୍ୟାକେଟ ପିନ୍ଧା ଛିନତାଇ ଗ୍ୟାଙ୍ଗ : ୪ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ

ଭୁବନେଶ୍ୱର : ସାମ୍ନାକୁ ଆସିଲା ସୁନା ଚେନ ଲୁଟ ବେଳର ସିସି ଟିଭି ଭିଡିଓ । କଳା ଜ୍ୟାକେଟ ପିନ୍ଧି ସ୍ପିଡି ବାଇକରେ ଆସି ସୁନା ଚେନ ଲୁଟି ନେଉଛନ୍ତି  । ଏମାନେ ମୁଖ୍ୟତଃ ମହିଳା ମାନଙ୍କୁ ଟାର୍ଗେଟ କରି ଏଭଳି ଲୁଟପାଟ୍ କରୁଛନ୍ତି  । ନମ୍ବର ପ୍ଲେଟ ଟାମ୍ପରିଙ୍ଗ କରି ମୁହଁ ଘୋଡାଇ ସ୍ପିଡ ବାଇକରେ ଲୁଟୁଛନ୍ତି । ରାଜଧାନୀର ଛକ ବଜାର ଓ ଗଳିକନ୍ଦୀରେ ଏହି ଗ୍ୟାଙ୍ଗ ଆତଙ୍କ ମଚାଉଛନ୍ତି  । ଶେଷରେ ଏହି ଗ୍ୟାଙ୍ଗକୁ ବାନ୍ଧିଛି କମିସନରେଟ ପୁଲିସର ସ୍ପେଶାଲ ସ୍କୱାର୍ଡ।

୪ ଅଭିଯୁକ୍ତ କଳା ଜ୍ୟାକେଟ ପିନ୍ଧି ଭୁବନେଶ୍ୱରରେ ବୁଲି ବୁଲି ଅପରାଧ ଘଟାଉଥିଲେ । ପୋଲିସ ଏହି ଅଭିଯୁକ୍ତ ମାନଙ୍କ ଠାରୁ ବ୍ଲାକ ଜ୍ୟାକେଟ, ୩ଟି ସ୍ପିଡ଼ ବାଇକ ଓ ସୁନା ଜବତ କରିଛି  । ସହିଦନଗର, ଭରତପୁର,ବଡ଼ଗଡ଼, ଜଟଣୀ,କ୍ୟାପିଟାଲ ଥାନା ଅଞ୍ଚଳରେ ଏମାନେ ସୁନା ଲୁଟିଛନ୍ତି । ସମ୍ପର୍କୀୟଙ୍କୁ ଢାଲ କରି ଏମାନେ ଗୋଲଡ଼ ଲୋନ ସଂସ୍ଥାରେ ସୁନା ବନ୍ଧା ପକାଇ ଟଙ୍କା ଆଣୁଥିଲେ । ଗୋଲ୍ଡ ଲୋନ ସଂସ୍ଥାରେ ଏମାନେ କେମିତି ଜାଲ କାଗଜପତ୍ର ଦେଇ ଟଙ୍କା ଆଣିଛନ୍ତି, ସେନେଇ ପୋଲିସ ତଦନ୍ତ କରିବ  । ତେବେ ଏହି ୪ ଅଭିଯୁକ୍ତଙ୍କ  ନାଁରେ ୧୦ରୁ ଉର୍ଦ୍ଧ ମାମଲା ଥିବା ଜଣାପଡିଛି  ।

 

Leave A Reply

Your email address will not be published.