Latest Odisha News

BREAKING NEWS

ରୁଷର ଧମକରେ ଡରିଗଲା ପୋଲାଣ୍ଡ, ୟୁକ୍ରେନକୁ ଦେବନି ଫାଇଟର ଜେଟସ

ମସ୍କୋ: ନାଟୋ, ଆମେରିକା ଏବଂ ଅନ୍ୟ ଦେଶର ସାହସରେ ୟୁକ୍ରେନ ଶକ୍ତିଶାଳୀ ରୁଷକୁ ମୁକାବିଲା କରିବା ପାଇଁ ଅଂଟା ଭିଡିଥିଲା । ମାତ୍ର ରୁଷ ଆକ୍ରମଣ କରିବା ପରେ ୟୁକ୍ରେନ ହାତ ଛାଡି ଦେଇଥିଲେ ସମସ୍ତେ । ଇତି ମଧ୍ୟରେ ପୋଲାଣ୍ଡ ମାଧ୍ୟମରେ ଫାଇଟର ଜେଟସ ସପ୍ଲାଇ ନେଇ ଆଲୋଚନା ଚାଲିଥିବା ବେଳେ ଆଜି ଏହାକୁ ଝଟକା ଲାଗିଛି । ରୁଷ ଧମକରେ ଭୟଭୀତ ହୋଇ ପୋଲାଣ୍ଡ ଏହି ସହଯୋଗ ପାଇଁ ମନା କରିଦେଇଛି ।

ଏପରିକି ପୋଲାଣ୍ଡ ମିଗ-୨୯ ଓ ସୁଖୋଇ-୨୫ ଯୁଦ୍ଧ ବିମାନ ପଠାଇବା ପାଇଁ ଆମେରିକାର ଅନୁମତି ନେଇ ସାରିଥିଲା । ରୁଷର ରକ୍ଷା ମନ୍ତ୍ରଣାଳୟ ସ୍ପଷ୍ଟ ଭାବେ କହିଥିଲେ ୟୁକ୍ରେନକୁ ଯୁଦ୍ଧରେ ସହଯୋଗ କରିବା ମାନେ ଏହା ଆମ ସହିତ ଲଢ଼େଇ ସହ ସମାନ । ରୁଷର ଘନଘନ ଆକ୍ରମଣରେ ୟୁକ୍ରେନର ଶେଷ ଆଶା ଆମେରିକା ଉପରେ ରହିଛି ।

Comments are closed, but trackbacks and pingbacks are open.