Latest Odisha News

BREAKING NEWS

ଆସିଲା ଶ୍ୱେତା କୁମାରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ୱର: ଇଞ୍ଜିନିୟର ଶ୍ୱେତା କୁମାରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ଯେଉଁଥିରେ ଶ୍ୱାସରୁଦ୍ଧ ଯୋଗୁଁ ଶ୍ୱେତାଙ୍କ ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଛି । ବେକକୁ ଛାଡ଼ି ଦେଲେ ଶ୍ୱେତାଙ୍କ ଶରୀରର ଅନ୍ୟ କୌଣସି ସ୍ଥାନରେ କ୍ଷତ ଚିହ୍ନ ନାହିଁ ।

ଅନ୍ୟପଟେ ପୋଲିସ ଶ୍ୱେତାଙ୍କ ବୟ ଫ୍ରେଣ୍ଡ ସୌମ୍ୟଜିତଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି । ଶ୍ୱେତା ସୁଇସାଇଡ୍ କରିବାର ଅଧଘଣ୍ଟା ପୂର୍ବରୁ ସୌମ୍ୟଙ୍କୁ ପ୍ରାୟ ୧୫ଥର କଲ୍ କରିଥିଲେ । ତେବେ ଫୋନ୍ ଉଠାଇ ନଥିଲେ ସୌମ୍ୟଜିତ୍ ।

ଏନେଇ ପୋଲିସ ସୌମ୍ୟଙ୍କୁ ପଚରାଉଚରା କରୁଛି । ଶ୍ୱେତାଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ଅଭିଯୋଗରେ ପୋଲିସ ସୌମ୍ୟଜିତଙ୍କ ବିରୋଧରେ ୩୦୬ ଦଫା ଲଗାଇଛି । ଘଟଣାର ପ୍ରଥମ ଦିନ ସୌମ୍ୟଜିତଙ୍କୁ ପଚରାଉଚରା ହୋଇଥିଲା ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱକ ଡିସିପି ପ୍ରତୀକ ସିଂହ ।

ଶ୍ୱେତାଙ୍କ ଆତ୍ମହତ୍ୟା ପରେ ସୌମ୍ୟଜିତ୍ ଥାନାକୁ ଆସିଥିଲେ । ତାଙ୍କୁ ପଚରାଉଚରା କରାଯାଇଥିଲା, ସେଦିନ ସୌମ୍ୟଜିତଙ୍କ ମାନସିକ ଅବସ୍ଥା ଭଲ ନଥିଲା ବୋଲି ଡିସିପି କହିଛନ୍ତି । ଶ୍ୱେତାଙ୍କ ପରିବାର ବି ଆସିଥିଲେ । ସେବେ କିଛି ଅଭିଯୋଗ କରିନଥିଲେ । ପରେ ଆସି ଏତଲା କରିଛନ୍ତି । ସବୁ ଅଭିଯୋଗ ଅନୁସାରେ ସବୁ ଦିଗରୁ ତଦନ୍ତ କରାଯାଉଥିବା କହିଛନ୍ତି ଡିସିପି ।

Leave A Reply

Your email address will not be published.