Latest Odisha News

ବିହାରରେ ବହୁମତ ପରୀକ୍ଷା ପୂର୍ବରୁ ୨୪ଟି ସ୍ଥାନରେ CBI ଚଢ଼ାଉ

ପାଟଣା: ବିହାରର ୨୪ଟି ସ୍ଥାନରେ ସିବିଆଇ ରେଡ୍ । ଚାକିରି ବଦଳରେ ଜମି ମାମଲାରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ସିବିଆଇ ରେଡ୍ କରିଥିବା ଜଣାପଡ଼ିଛି । ଆରଜେଡି ଏମଏଲସି ସୁନୀଲ ସିଂହ, ପୂର୍ବତନ ଆରଜେଡି ଏମଏଲସି ସୁବୋଧ ରାୟ, ରାଜ୍ୟସଭା ସାଂସଦ ଅଶଫାକ କରୀମ ଏବଂ ଫୈୟାଜ ଅହମଦଙ୍କ ବିଭିନ୍ନ ସ୍ଥାନରେ ସିବିଆଇ ଚଢ଼ାଉ କରିଛି ।

ବିହାର ବିଧାନସଭାରେ ଫ୍ଲୋର ଟେଷ୍ଟର ଠିକ୍ ପୂର୍ବରୁ ଆରଜେଡି ନେତାଙ୍କ ୨୪ଟି ସ୍ଥାନରେ ସିବିଆଇ ରେଡ୍ କରିଛି । ଯାହାକୁ ନେଇ କେନ୍ଦ୍ରର ବିଜେପି ସରକାରକୁ ସମାଲୋଚନା କରିଛି ଆରଜେଡି । ବିଜେପି ପ୍ରତିଶୋଧ ପରାୟଣ ହୋଇ ସିବିଆଇ ରେଡ୍ କରିଥିବା ଆରଜେଡି ନେତା ଅଭିଯୋଗ ଆଣିଛନ୍ତି ।

ଆରଜେଡି ଏମଏଲସି ସୁନୀଲ ସିଂହ କହିଛନ୍ତି, ଏଭଳି ଚଢ଼ାଉ ଜାଣିଶୁଣି କରାଯାଉଛି । ଏହାର କୌଣସି ଅର୍ଥ ନାହିଁ । ବିଧାୟକଙ୍କୁ ଡରାଇ ବିଜେପି ତା ପକ୍ଷକୁ ଟାଣିବା ଭଳି ସିବିଆଇ ରେଡ୍ ଡର ଦେଖାଉଥିବା କହିଛନ୍ତି ସୁନୀଲ ସିଂହ ।

ସେହିଭଳି ଆରଜେଡି ସାଂସଦ ମନୋଜ ଝା କହିଛନ୍ତି, ଆଜି ବିହାର ବିଧାନସଭାରେ ଫ୍ଲୋର ଟେଷ୍ଟ ରହିଛି । ଆଉ ବିଜେପି ଡରାଇବା ଲାଗି ଆଜିର ଦିନକୁ ବାଛିଛି । ଆପଣ ରାଜନୈତିକ ଭାବେ ଲଢ଼େଇ କରି ପାରିବେ । ଆପଣ ଏହାକୁ ଇଡି, ସିବିଆଇ ରେଡ୍ ପରିବର୍ତ୍ତେ ବିଜେପିର ରେଡ୍ କହି ପାରିବେ । କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ବିଜେପି ପାଇଁ କାମ କରୁଥିବା ସେ ଅଭିଯୋଗ ଆଣିଛନ୍ତି ।

ଆରଜେଡି ଆଣିଥିବା ଅଭିଯୋଗର ଜବାବ ରଖିଛନ୍ତି ବିହାର ବିଜେପି ସଭାପତି ସଞ୍ଜୟ ଜାୟସୱାଲ । ସେ କହିଛନ୍ତି, ବିଜେପି କାହା ସହ ଲାଗେ ନାହିଁ କି କାହାକୁ ଫସାଏ ନାହିଁ । ଆଜିଠୁ ଠିକ୍ ଦେଢ଼ ବର୍ଷ ତଳେ ନୀତୀଶ ନିଜେ ଅଭିଯୋଗ କରିଥିଲେ । ସେତେବେଳେ ବିସ୍କୋମାନରୁ କୋଟି କୋଟି ଟଙ୍କା ମିଳିଥିଲା । ଏବେ ୟେ ହେଉଛି ତାର ପରିଣତି ।

Leave A Reply

Your email address will not be published.