Latest Odisha News

ନୟାଗଡ଼ ଯିବେ ଆଇନ ଶୃଙ୍ଖଳା ଏଡିଜି ଯଶଓ୍ୱନ୍ତ ଜେଠଓ୍ୱା, ପରୀ ହତ୍ୟାର କରିବେ ଅନୁଧ୍ୟାନ

ଭୁବନେଶ୍ୱର: ନୟାଗଡ଼ ପରୀ ହତ୍ୟାକାଣ୍ଡ ମାମଲାକୁ ନେଇ ଏବେ ରାଜ୍ୟରେ ହଇଚଇ । କ୍ରାଇମବ୍ରାଞ୍ଚକୁ ତଦନ୍ତ ରକିବାକୁ କହିଛନ୍ତି ରାଜ୍ୟ ସରକାର । ଆଜି ହତ୍ୟାକାଣ୍ଡ ମାମଲାର ଅଗ୍ରଗତିର ଅନୁଧ୍ୟାନ ପାଇଁ ନୟାଗଡ଼ ଯାଉଛନ୍ତି ରାଜ୍ୟ ଆଇନ ଶୃଙ୍ଖଳା ଏଡିଜି ଯଶଓ୍ୱନ୍ତ ଜେଠଓ୍ୱା । ଯଶଓ୍ୱନ୍ତ ଜେଠଓ୍ୱା ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଇନଚାର୍ଜ ଅଛନ୍ତି ।

ନୟାଗଡ଼ ଗସ୍ତରେ ଯାଇ ଏଡିଜି ଯଶଓ୍ୱନ୍ତ ଜେଠଓ୍ୱା ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରି ପାରନ୍ତି । ତଦନ୍ତ  ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିବେ । ନିକଟରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ପରୀ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ କରିବା ବୋଲି ବିଧାନସଭାରେ କହିଥିଲେ ।

Leave A Reply

Your email address will not be published.