Latest Odisha News

BREAKING NEWS

କାହିଁକି ମଧୁର ଭଣ୍ଡାରକରଙ୍କୁ କ୍ଷମା ମାଗିଲେ କରଣ?

ନୂଆଦିଲ୍ଲି: ଗତ କିଛି ଦିନ ହେଲା ଦୁଇ ବଡ ବଲିଉଡ ଚଳଚ୍ଚିତ୍ର ନିର୍ମାତାଙ୍କ ମଧ୍ୟରେ ଟାଇଟଲ୍‌ ରଖିବା ଗଟଣାକୁ ନେଇ ବିବାଦ ହୋଇଥିଲା। ମଧୁର ଭଣ୍ଡାରକର କରଣ ଜୋହରଙ୍କୁ ତାଙ୍କର ଗୋଟିଏ ଚଳଚ୍ଚିତ୍ରର ଟାଇଟଲ୍ ଚୋରି କରିଥିବା ଅଭିଯୋଗ କରିଛନ୍ତି।

କରଣ ଜୋହରଙ୍କ ନୂଆ ସୋ ‘ ଦ ଫାବୁଲସ୍‌ ଲାଇଫ୍‌ ଅଫ୍ ବଲିଉଡ ୱାଇଭ୍‌ସ’ କିଛି ଦିନ ମଧ୍ୟରେ ମୁକ୍ତିଲାଭ କରିବାକୁ ଯାଉଛି। କିନ୍ତୁ ରିଲିଜ୍ ପୂର୍ବରୁ ଏହି ସିରିଜକୁ ନେଇ ବିବାଦ ଉପୁଜିଛି।

ମଧୁ ଭଣ୍ଡାରକର ଟ୍ୱିଟ୍ କରି କରଣଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ- କରଣ ଜୋହର ଏବଂ ଅପୁର୍ବ ମେହେଟ୍ଟା ମୋତେ ପଚାରିଥିଲେ ଯେ ସେମାନେ ସେମାନଙ୍କର ସିରିଜର ଶିରୋନାମା ‘ ବଲିଉଡ ୱାଇଭ୍‌ସ’ ରଖିପାରିବେ କି? ମୁଁ ସେମାନଙ୍କୁ ମନା କରିଥିଲି କାରଣ ମୋର ଗୋଟିଏ ପ୍ରୋଜେକ୍ଟ ସମାନ ନାମରେ ରିଲିଜ୍ ହେବାକୁ ଯାଉଥିଲା।

ଏହା ପରେ ମଧ୍ୟ ଅନେକ ଥର ମଧୁରଙ୍କ ତରଫରୁ ସୋସିଆଲ ମିଡିଆରେ ଏହି ପ୍ରସଙ୍ଗ ଉଠାଇଥିଲେ କିନ୍ତୁ କରଣଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିନଥିଲା। କିନ୍ତୁ ବର୍ତ୍ତମାନ ଦୀର୍ଘ ନିରବତା ପରେ କରଣ ଜୋହର ଏହି ବିବାଦକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

କରଣ କେବଳ ପ୍ରତିକ୍ରିୟା କରିନାହାଁନ୍ତି, ମଧୁର ଭଣ୍ଡାରକରଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି। ସେ ଏକ ଲମ୍ବା ପୋଷ୍ଟ ମାଧ୍ୟମରେ ମଧୁରଙ୍କୁ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ ତାଙ୍କୁ ବିବ୍ରତ କରିବାକୁ ଚାହୁଁନାହାଁନ୍ତି।

ସେ ଲେଖିଛନ୍ତି ଯେ ଆମର ସିରିଜର ନୂଆ ନାମ ‘ ଦ ଫାବୁଲସ୍‌ ଲାଇଫ୍‌ ଅଫ୍ ବଲିଉଡ ୱାଇଭ୍‌ସ’ ନାମ ଦିଆଯାଇଛି। ଏହା ସଂପୂର୍ଣ୍ଣ ଭିନ୍ନ ଶୀର୍ଷକ।

କରଣ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ନିଶ୍ଚିତ କରିବାକୁ ଚାହୁଁଛି ଯେ ଆମର ସିରିଜର ଫର୍ମାଟ୍, କାହାଣୀ ଏବଂ ଟାଇଟଲ୍, ସବୁକିଛି ଅଲଗା ଏବଂ ଏହା ଆପଣଙ୍କ କାର୍ଯ୍ୟ ଉପରେ ପ୍ରଭାବ ପକାଇବ ନାହିଁ। ମୁଁ ଆଶା କରୁଛି ଯେ ଏହି ବିବାଦ ଆଉ ଆଗକୁ ବଢିବ ନାହିଁ।

Leave A Reply

Your email address will not be published.