Latest Odisha News

BREAKING NEWS

ଶ୍ରୀମନ୍ଦିରର ୭ ସେବାୟତ କରୋନା ସଂକ୍ରମିତ

ପୁରୀ: ପୁରୀରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଶ୍ରୀମନ୍ଦିରର ୭ ଜଣ ସେବାୟତ ଓ ସେମାନଙ୍କ ପରିବାରର ୩ ଜଣ କୋଭିଡ୍ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଶ୍ରୀମନ୍ଦିର ପ୍ରଶାସନର ୩ ଜଣ କର୍ମଚାରୀ ଏବଂ ଶ୍ରୀମନ୍ଦିର ସମ୍ମୁଖରେ ଥିବା ସିଂହଦ୍ୱାର ଜୋତାଷ୍ଟାଣ୍ଡର ୮ ଜଣଙ୍କ ରିପୋର୍ଟ କୋଭିଡ୍ ପଜିଟିଭ୍ ଆସିଛି ।

ଜଗନ୍ନାଥ ଟେମ୍ପଲ ପୋଲିସ ଓ ଜଣେ ମାଳିଙ୍କ ନମୁନା କୋଭିଡ୍ ପଜିଟିଭ୍ ଆସିଛି । ଶ୍ରୀମନ୍ଦିର ସହ ଜଡ଼ିତ ମୋଟ ୨୩ ଜଣ କୋଭିଡ୍ ସଂକ୍ରମିତ ହୋଇଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ୨୪ ଘଣ୍ଟାରେ ପୁରୀ ଜିଲ୍ଲାରୁ ୫୩ ଜଣ କୋଭିଡ୍ ସଂକ୍ରମିତ ହୋଇଛନ୍ତି । ଜିଲ୍ଲାରେ ଏଯାବତ୍ ୧୪ ହଜାର ୯୬୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୬୯ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ୧୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ହଜାର ୪୬୯ ଜଣ ସୁସ୍ଥ ହୋଇ ସାରିଛନ୍ତି ।

Leave A Reply

Your email address will not be published.