ଭୁବନେଶ୍ୱର: ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା । କେଳେଙ୍କାରୀର ମୁଖ୍ୟ ଦଲାଲ ମୁନା ମହାନ୍ତିଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ମୁନାଙ୍କ ସହ ତାଙ୍କର ଘନିଷ୍ଠ ସହଯୋଗୀ ସୁକାନ୍ତ ମହାରଣା ସମେତ ମୋଟ ୩ ଜଣଙ୍କୁ ଦଶପଲ୍ଲା ନିକଟରୁ ଗିରଫ କରାଯାଇଛି ।
ମୁନା ପୂର୍ବରୁ ଦଶପଲ୍ଲାର ଏକ ଫାର୍ମ ହାଉସରେ ଲୁଚିଥିବା ସୂଚନା ଥିଲା, କିନ୍ତୁ କ୍ରାଇମବ୍ରାଞ୍ଚ ଚଢ଼ାଉ ପୂର୍ବରୁ ସେ ଚମ୍ପଟ ମାରିଥିଲା । ମୁନାଙ୍କ କଳା ସାମ୍ରାଜ୍ୟ ନୟାଗଡ଼ ଦଶପଲ୍ଲା ପର୍ଯ୍ୟନ୍ତ ବ୍ୟାପିଥିବା ସୂଚନା ମିଳିଛି । ଏବେ ତାଙ୍କୁ ଗିରଫ କରାଯିବା ପରେ ଏହି କେଳେଙ୍କାରୀର ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।
ଏହି ମାମଲାରେ ୧୧୯ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୧୩ ଜଣ ଜାମିନ ଆବେଦନ କରିଛନ୍ତି । ତେବେ ଏହି ମାମଲାରେ ଆଗକୁ ଆହୁରି କେତେ ଟେର କୁଆଡେ ଲମ୍ବିଛି ଏବଂ କେତେ ଯେ, ତଥ୍ୟ ସାମ୍ନାକୁ ଆସିବ ତାହା ଆହୁରି ଖୋଳତାଡ ପରେ ଜଣାପଡିବ ।
Comments are closed.