Latest Odisha News

BREAKING NEWS

ଜେଲରୁ ଫେରାର ଥିବା ରାଜାକୁ ପୁଣିଥରେ ଗିରଫ କଲା ପୋଲିସ

ଭୁବନେଶ୍ବର: ଜେଲରୁ ଖସି ପଳାଇଥିବା ରାଜା ସାହାଣୀକୁ ପୁଣିଥରେ ଗିରଫ କରିଛି ପୋଲିସ । ଉତ୍ତରାଖଣ୍ଡରୁ ପୋଲିସ ତାକୁ ଗିରଫ କରିବା ପରେ ଚୌଦ୍ୱାର ଜେଲରେ ରଖିଛି । ତେବେ ରାଜା ଦେଶର ବିଭିନ୍ନ ରାଜ୍ୟରେ ବୁଲି ବୁଲି ଅପରାଧିକ କାର୍ଯ୍ୟ କରୁଥିଲା । ୨୦୨୫ ଡିସେମ୍ବରରେ କର୍ଣ୍ଣାଟକର ମହୀଶୁରରେ ଥିବା ଏକ ସୁନା ଅଳଙ୍କାର ଦୋକାନରୁ ବଡ ଲୁଟ କରିଥିଲା ।

ଏହାପରେ ହାଇଦ୍ରାବାଦରେ ଆଉ ଏକ ଦୋକାନରୁ ଲୁଟ ଉଦ୍ୟମ କରିଥିଲା । ରାଜାକୁ ଧରିବା ପାଇଁ ପୋଲିସ ଚାରିଆଡେ ଜାଲ ବିଛାଇଥିଲା । ହେଲେ ସେ ସବୁବେଳେ ଖସି ପଳାଉଥିଲା । ଶେଷରେ ଉତ୍ତରାଖଣ୍ଡର ଋଶିକେଶରୁ ତାକୁ ଗିରଫ କରାଯାଇଛି ।

ରାଜା ନାଁରେ ହତ୍ୟା ମାମଲା ସହ ବିଭିନ୍ନ ରାଜ୍ୟରେ ପ୍ରାୟ ୨୮ଟି ଗୁରୁତର ଡକାୟତି ମାମଲା ରହିଛି । ସେ ଏକ ବଡ ଅପରାଧିକ ନେଟୱାର୍କ କରି ବିଭିନ୍ନ ସ୍ଥାନରେ ଲୁଟ ଘଟଣା ଘଟାଉଥିବା ପୋଲିସ କହିଛି ।

Leave A Reply

Your email address will not be published.