Latest Odisha News

BREAKING NEWS

ହାଇଦରର ଆଉ ୩ ସହଯୋଗୀ ଗିରଫ

ଭୁବନେଶ୍ବର : ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ଆଉ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ଯୁବକ ଥିବା ବେଳେ, ଜଣେ ଯୁବତୀ ଅଛନ୍ତି । ୩ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ । ହାଇଦର ଫେରାର ପଛରେ ଏହି ୩ ଜଣଙ୍କର ସଂପୃକ୍ତି ଥିବା ଅଭିଯୋଗରେ ପୋଲିସ ଏମାନଙ୍କୁ ଗିରଫ କରିଛି ।

ଚିକିତ୍ସାଧୀନ ଅବସ୍ଥାରେ ଏସ୍‌ସିବିରୁ ଗତ ୧୦ ତାରିଖରେ ଫେରାର ହୋଇଯାଇଥିଲା ହାଇଦର । ଏହା ପରେ କମିସନରେଟ୍‌ ପୋଲିସର ତେଲେଙ୍ଗାନାରୁ ହାଇଦରକୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ହାଇଦରକୁ ଗିରଫ ପରେ ରିମାଣ୍ହରେ ନେବାକୁ କୋର୍ଟରେ ଆବେଦନ କରିଥିଲା ପୋଲିସ । ତେବେ କଟକ JMFC କୋର୍ଟ ହାଇଦରକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ । କିନ୍ତୁ ହାଇଦର କରୋନା ପଜିଟିଭ୍ ଚିହ୍ନଟ ପରେ ରିମାଣ୍ଡକୁ ସ୍ଥଗିତ ରଖାଯାଇଛି । ସ୍ବାସ୍ଥ୍ୟାବସ୍ଥା ସୁଧୁରିବା ପରେ ରିମାଣ୍ଡରେ ନେବାକୁ ପୁଣି ଥରେ ଆବେଦନ କରିବ ପୋଲିସ ।

Leave A Reply

Your email address will not be published.