Latest Odisha News

BREAKING NEWS

କୁମ୍ଭ ମେଳା ଫେରନ୍ତାଙ୍କ ପାଇଁ ୧୪ ଦିନିଆ କ୍ବାରେଣ୍ଟାଇନ୍

ଭୁବନେଶ୍ବର : କୁମ୍ଭ ମେଳାକୁ ଯାଇଥିଲେ ୧୪ ଦିନ କ୍ବାରେଣ୍ଟାଇନରେ ରହିବେ ସଂପୃକ୍ତ ବ୍ୟକ୍ତି । ହୋମ୍ କ୍ବାରେଣ୍ଟାଇନ କିମ୍ବା କ୍ଲଷ୍ଟର କ୍ୱାରେଣ୍ଟାଇନ ସେଣ୍ଟରରେ ରହିବେ। ଏନେଇ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲିଟି କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । କୁମ୍ଭମେଳାରେ ସାମିଲ ହୋଇଥିବା ସମସ୍ତ ବ୍ୟକ୍ତିଙ୍କ ତାଲିକାକୁ ଜିଲ୍ଲାପାଳ ଓ ମ୍ୟୁନିସିପାଲିଟି କମିଶନରଙ୍କୁ ପ୍ରଦାନ କରିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର । ତେଣୁ ଏହି ବ୍ୟକ୍ତି ବିଶେଷଙ୍କୁ ଯଥାଶୀଘ୍ର ଚିହ୍ନଟ କରି ସେମାନଙ୍କ ଗସ୍ତ ବିବରଣୀ ସଂଗ୍ରହ କରିବାକୁ କୁହାଯାଇଛି ।

ଏହି ଗାଇଡଲାଇନ୍‌ ଅନୁସାରେ ଯେଉଁମାନେ କୁମ୍ଭମେଳାରେ ଅଂଶଗ୍ରହଣ କରି ରାଜ୍ୟକୁ ଫେରୁଛନ୍ତି, ସେମାନେ ଆରଟିପିସିଆର ପରୀକ୍ଷା କରିବା ବାଧ୍ୟତାମୂଳକ । ସେହିପରି ବିମାନ କିମ୍ବା ଟ୍ରେନ୍‌ରେ ଫେରିବା ପୂର୍ବରୁ ଆରଟିପିସିଆର ପରୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୁମ୍ଭମେଳାରୁ ଫେରିବା ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ୧୪ ଦିନିଆ କ୍ବାରେଣ୍ଟାଇନରେ ରହିବାକୁ ଏସ୍‌ଆରସି ପରାମର୍ଶ ଦେଇଛନ୍ତି । ଯଦି କୌଣସି ଲକ୍ଷଣ ଦେଖାଯାଏ, ତେବେ ଅଙ୍ଗନଓ୍ବାଡି ଓ ଆଶାକର୍ମୀ ସ୍ବାସ୍ଥ୍ୟ ଯାଞ୍ଚ କରିବେ । ‌ସେହିପରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ବ୍ଲକ ଉନ୍ନୟନ ଅଧିକାରୀ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧିକାରୀଙ୍କୁ ରି‌ପୋର୍ଟ ଦେବେ । ଏହି ରିପୋର୍ଟକୁ ସ୍ବାସ୍ଥ୍ୟ ବିଭାଗ ଓ ଏଆରସିଙ୍କ ଅଫିସକୁ ପଠାଇବାକୁ ଜିଲ୍ଲାପାଳ ଓ ମ୍ୟୁନିସପାଲଟି କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.