Latest Odisha News

BREAKING NEWS

ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ବାଣ ଜବତ

କେନ୍ଦ୍ରାପଡା: ଆଗକୁ ଦୀପାବଳି ଆସୁଥିବା ବେଳେ ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି ପୋଲିସ। କେନ୍ଦ୍ରାପଡାରେ ଆଜି ବେଆଇନ ବାଣ ବ୍ୟବସାୟ ଉପରେ ଚଢାଉ କରାଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଟାଉନ ଥାନା ଅଧୀନରେ ଥିବା ସଡିପୁରରେ ଚଢାଉ କରି ପୋଲିସ ଏହି ବାଣ ଜବତ କରିଛି। ଏହି ଗ୍ରାମରେ ପୋଲିସ ଏକ ସ୍ୱତନ୍ତ୍ର ଦଳ ଗଠନ କରି ସର୍ଚ୍ଚ ଅପରେସନ କରିଥିଲା।

ଉକ୍ତ ଗାଁରେ ଗୋଟିଏ ଘରୁ ଲକ୍ଷାଧିକ ଟଙ୍କାର ପେଟି ପେଟି ବାଣ ଜବତ କରାଯାଇଛି। ବାଣ ଗଚ୍ଛିତ ଥିବା ବ୍ୟକ୍ତିଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବାରୁଦ ବେରିୟମ୍ ଏବଂ ଅନ୍ୟ କେତେକ ରାସାୟନିକ ପଦାର୍ଥ ସହିତ କ୍ଷତିକାରକ ତଥା ବିପଜ୍ଜନକ ବାଣ ବିକ୍ରୟ ବିରୋଧରେ ସୁପ୍ରିମକୋର୍ଟ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ବାୟୁ ଓ ଶବ୍ଦ ପ୍ରଦୂଷଣରେ ରୋକ୍ ଲଗାଇବାକୁ କୋର୍ଟ ନିର୍ଦ୍ଦେଷ ଦେଇଛନ୍ତି।

କାରଣ ବାରୁଦରେ ବେରିୟମ ସଲଟ ମିଶ୍ରଣକୁ ଘାତକ କହିଛନ୍ତି କୋର୍ଟ। ଏହାର ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇଛନ୍ତି। ଦୀପାବଳି ପୂର୍ବରୁ ବେଆଇନ ବାଣ ଉତ୍ପାଦନ ବିଷୟରେ ସୂଚନା ଦେବା ପାଇଁ କମିଶନର ପୋଲିସ କଟକ-ଭୁବନେଶ୍ୱର ଏକ ହେଲ୍ପଲାଇନ ଜାରି କରିଛନ୍ତି। ଟ୍ୱିନସିଟିର କମିଶନରେଟ ପୋଲିସ ଡିସିପି ଲୋକଙ୍କୁ ନିବେଦନ କରିଛନ୍ତି ଯେ ବେଆଇନ ବାଣ ବେପାର ହେଉଥିବା ଦେଖିଲେ ତୁରନ୍ତି ପୋଲିସକୁ ଖବର ଦିଅନ୍ତୁ।

Leave A Reply

Your email address will not be published.