Latest Odisha News

BREAKING NEWS

ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣା; ଗିରଫ ହେଲେ ସରପଞ୍ଚଙ୍କ ସ୍ୱାମୀ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ପଞ୍ଚାୟତର ଚର୍ଚ୍ଚିତ ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟ ଘଟଣାରେ ପୋଲିସ ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କୁ ଗିରଫ କରିଛି । ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଘଟାଣାରେ ରୂପେଶର ସମ୍ପୃକ୍ତି ଥିବା ପୂର୍ବରୁ ସନ୍ଦେହ କରାଯାଉଥିବା ବେଳେ ଆଜି ପୋଲିସ ଏହି ଘଟଣା ଉପରୁ ପରଦା ଉଠାଇଛି ।

ପୋଲିସ୍ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ ରୂପେଶ ଓ ସ୍ମିତାରାଣୀଙ୍କ ମଧ୍ୟରେ ପୂର୍ବରୁ ସମ୍ପର୍କ ରହିଥିଲା । ପ୍ରେମ ବ୍ୟାପାରକୁ ନେଇ ସ୍ମିତାରାଣୀ ଆତ୍ମହତ୍ୟା କରିଥିବା ପୋଲିସ ସ୍ପଷ୍ଟ କରିଛି । କିଛିଦିନ ହେବ ଉଭୟଙ୍କ ମଧ୍ୟରେ ଝଗଡ଼ା ସୃଷ୍ଟି ହୋଇଥିଲା । ପରେ ସ୍ମୃତିରାଣୀଙ୍କୁ ଆତ୍ମହତ୍ୟା ପାଇଁ ରୂପେଶ ପ୍ରବର୍ତ୍ତାଇ ଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ଯାଜପୁର ଏସ.ପି ଚରଣ ସିଂ ମୀନା ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତଦେହ ବେକରେ ଓଢ଼ଣୀ ବନ୍ଧା ଯାଇଥିବା ଅବସ୍ଥାରେ ଗେଷ୍ଟ ହାଉସରୁ ଉଦ୍ଧାର କରାଯାଇଥିଲା। ସ୍ମିତାରାଣୀ ହରିଦାସପୁର ପଞ୍ଚାୟତର ବାଲିଗରି ଗାଁରେ ଭତ୍ତା ବାଣ୍ଟିବା ପରେ ଦିନ ଗୋଟାଏ ବେଳେ ହରିଦାସପୁର ସରପଞ୍ଚଙ୍କ ସ୍ବାମୀଙ୍କର ଗେଷ୍ଟ ହାଉସକୁ ଫ୍ରେସ୍ ହେବାକୁ ଯାଇଥିଲେ। ଆଉ ସେହି ଗେଷ୍ଟ ହାଉସରୁ ତାଙ୍କର ଓଢ଼ଣୀରେ ଓହଳିଥିବା ମୃତଦେହ ଉଦ୍ଧାର କରାଯାଇଥିଲା।

ସରପଞ୍ଚଙ୍କର ସ୍ବାମୀ ଗେଷ୍ଟ ହାଉସ ଡୋର୍ ଭାଙ୍ଗି ତାଙ୍କୁ ଉଦ୍ଧାର କରିଥିବା ବେଳେ ସେଠାରୁ ଧର୍ମଶାଳା ଡାକ୍ତରଖାନା ନେଇଥିଲେ।ସ୍ମିତାରାଣୀଙ୍କୁ ବିଧିବଦ୍ଧ ଷଡଯନ୍ତ୍ର କରି ହତ୍ୟା କରାଯାଇଥିବା ସ୍ମିତାରାଣୀଙ୍କ ବାପା ଗତକାଲି ଅଭିଯୋଗ କରିଥିଲେ ।

Leave A Reply

Your email address will not be published.