Latest Odisha News

BREAKING NEWS

୩ ଦିନରେ ସରକାରୀ କ୍ୱାର୍ଟର୍ ଛାଡ: ପୂର୍ବତନ ବିଧାୟକଙ୍କୁ ନିର୍ଦ୍ଦେଶ ଦେଲେ ବାଚସ୍ପତି

ଭୁବନେଶ୍ୱର: ମାସକ ପୂର୍ବରୁ ସମସ୍ତ ସରକାରୀ ବଙ୍ଗଳା ଖାଲି କରିଦେବାକୁ ପୂର୍ବତନ ବିଧାୟକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ତେବେ ଶନିବାର ଦିନ ଏସମ୍ପର୍କରେ ପୁଣି ଥରେ ଅବଗତ କରିବା ସହିତ ବାଚସ୍ପତି ଆସନ୍ତା ୩ ଦିନ ମଧ୍ୟରେ ଘର ଖାଲି କରିବାକୁ କହିଛନ୍ତି ।

ବାଚସ୍ପତି କହିଛନ୍ତି, ଏହି ପୂର୍ବତନ ବିଧାୟକମାନେ ସେମାନଙ୍କୁ ଦିଆଯାଇଥିବା ସରକାରୀ କ୍ୱାର୍ଟର୍ସ ଗୁଡ଼ିକୁ ଖାଲି କରିଦେବା ଆବଶ୍ୟକ । କାରଣ, ଏହା ସମ୍ପୂର୍ଣ୍ଣ ଭଙ୍ଗାଯାଇ ଆସନ୍ତା ମାସରେ ବହୁତଳ ବିଲ୍ଡିଂ ତିଆରି ହେବ ବୋଲି ଓଡ଼ିଶା ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

“ବର୍ତ୍ତମାନର ବିଧାୟକମାନଙ୍କୁ ନୂଆ ଘର ତିଆରି ହେବା ଯାଏଁ ରହିବା ଲାଗି ଅସ୍ଥାୟୀ ଭାବେ ଘର ଯୋଗାଇ ଦିଆଯିବ,” ବୋଲି କହିଛନ୍ତି ବାଚସ୍ପତି ।

Leave A Reply

Your email address will not be published.