Latest Odisha News

ପୋଲିସ ଗାଡ଼ି ଜାଳି ଦେବା ଘଟଣାରେ ୧୩ ଜଣ ଅଟକ

ଯାଜପୁର: ମହଙ୍ଗା ପଡ଼ିଲା ପୋଲିସ ଗାଡ଼ିକୁ ଜାଳି ଦେବା । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଣସୁଧା ଗାଁରେ ପୋଲିସ ଗାଡ଼ି ଜାଳି ଦେଇଥିବା ଅଭିଯୋଗରେ ୧୩ ଜଣଙ୍କୁ ଅଟକ ରଖିଛି ପୋଲିସ । ଗତକାଲି ରାତିରେ ଦୁଇଟି ପୋଲିସ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ ଗାଁର କିଛି ଲୋକ ।

ଅଷ୍ଟପ୍ରହରି ପିଣ୍ଡି ବିବାଦରୁ ପଣସୁଧା ଗାଁରେ ଲଙ୍କାକାଣ୍ଡ ହୋଇଥିଲା । ୨ ଗୋଷ୍ଠୀ ମଧ୍ୟରେ ହୋଇଥିଲା ସଂଘର୍ଷ । ଖବର ପାଇଁ ପହଞ୍ଚିଥିଲା ବାଲିଚନ୍ଦ୍ରପୁର ଥାନା ପୋଲିସ । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ଉଦ୍ୟମ କରିବା ବେଳେ ଉତ୍ୟକ୍ତ ଲୋକ ୨ଟି ପୋଲିସ ଭ୍ୟାନରେ ନିଆଁ ଲଗାଇ ଦେଇଥିଲେ ।

ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲା । ଏହି ଘଟଣା ପରେ ଗାଁରେ ଉତ୍ତେଜନା ଦେଖାଦେଇଥିଲା । ପଣସୁଧା ଗାଁରେ ମୁତୟନ ହୋଇଥିଲେ ଗୋଟିଏ ପ୍ଲାଟୁନ୍ ପୋଲିସ ଫୋର୍ସ । ଅଟକ ଲୋକଙ୍କୁ ପଚରାଉଚରା କରୁଛି ପୋଲିସ ।

Leave A Reply

Your email address will not be published.