କଟକ: ପୋଲିସର ମାସ୍କ ଚେକିଂ ବେଳେ ଲଙ୍କାକାଣ୍ଡ । ମହିଳାଙ୍କୁ ନିର୍ଘାତିଆ ମାଡ ମାରିଥିବା ଅଭିଯୋଗ । କଟକ ଜିଲ୍ଲା ଓଲଟପୁର ଥାନା ଅଧିନ ଅଡଶପୁର ଛକରେ ଦେଖିବାକୁ ମିଳିଥିଲା ଏଭଳି କିଛି ଦୃଶ୍ୟ । ମାସ୍କ ଚେକିଂ ବେଳେ ଜଣେ ମହିଳାଙ୍କୁ ପୁଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।
ଏହା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ପୁଲିସ ଓ ଜନତାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଉତ୍ତ୍ୟକ୍ତ ଲୋକେ ନିଆଁ ଜାଳି ରାସ୍ତା ଅବରୋଧ କରିଥିଲେ । ଘଟଣାସ୍ଥଳରେ କଟକ ସଦର ଉପଖଣ୍ଡ ଅଧିକାରୀ ପହଁଚି ଆହତ ମହିଳାଙ୍କୁ ଡାକ୍ତରଖାନା ପଠାଇଥିଲେ । ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା ।
ଅଭିଯୋଗ ଅନୁସାରେ, ଜଣେ ଯୁବକ ତାଙ୍କ ପତ୍ନୀଙ୍କ ସହ ଛୋଟ ପୁଅକୁ ନେଇ ବାଇକରେ ଡାକ୍ତରଖାନା ଯାଉଥିଲେ । ବାଟରେ ସେମାନଙ୍କ ଗାଡିକୁ ପୁଲିସ ଅଟକାଇଥିଲା । ମାସ୍କ ପିନ୍ଧିନଥିବା ଅଭିଯୋଗରେ ତାଙ୍କୁ ଜରିମାନା ଦେବାକୁ କହିଥିଲେ । ତେବେ ତାଙ୍କ ମୁହଁରେ ରୁମାଲ ଓ ତାଙ୍କ ପତ୍ନୀଙ୍କ ମୁହଁରେ ଶାଢ଼ୀ ରହିଥିବାରୁ କାହିଁକି ଜୋରିମାନା ଦେବେ ଯୁବକ ଜଣକ ପାଲଟା ପ୍ରଶ୍ନ କରିଥିଲେ । ଏହାପରେ ପୁଲିସ ତାଙ୍କୁ ମାଡ ମାରିଥିବା ଅଭିଯୋଗ କରିଛନ୍ତି ସଂପୃକ୍ତ ଯୁବକ । ତାଙ୍କ ପତ୍ନୀ ପ୍ରତିବାଦ କରିବାରୁ ପୁଲିସ ଗାଡି ଡ୍ରାଇଭର ମାଡ ମାରି ମୁଣ୍ଡ ଫଟାଇ ଦେଇଥିବା ସେ ଅଭିଯୋଗ କରିଛନ୍ତି ।
Comments are closed.