Latest Odisha News

BREAKING NEWS

Brown sugar Seized; ଚାଲିଥିଲା ବ୍ରାଉନସୁଗାର ଡିଲ୍; ମାଡ଼ି ବସିଲା ପୋଲିସ, ୨ ଗିରଫ

ଭୁବନେଶ୍ୱର: ପୁଣି ରାଜଧାନୀରୁ ଜବତ ହେଲା ଧଳାଜହର । ଡିଲ ଚାଲିଥିବାବେଳେ ମାଡ଼ି ବସିଲା ପୋଲିସ । ଦୁଇ ଜଣ ବେପାରିଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଦୁହିଁଙ୍କ ନିକଟରୁ ୧୨ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୁଲ୍ୟ ୧ଲକ୍ଷ ୨୦ହଜାର ଟଙ୍କା ହେବ ।

ଭରତପୁର ଥାନା ବଗ ପାର୍କରେ ଏହି ବ୍ରାଉନସୁଗାର ଡିଲ୍ ଚାଲିଥିଲା । ବିଶେଷ ସୂତ୍ରରୁ ଖବର ପାଇ ବ୍ରାଉନସୁଗାର ବେପାରୀ ଶ୍ରିକାନ୍ତ ମିଶ୍ର ଓ ଖଗେଶ୍ବର ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଛି ଭରତପୁର ଥାନା ପୋଲିସ । ଉଭୟ ବ୍ୟବହାର କରୁଥିବା ଗୋଟିଏ ସ୍କୁଟି ଓ ବାଇକ ଜବତ କରିଛି ପୋଲିସ । ଏମାନଙ୍କ ନାଁରେ ପୁର୍ବରୁ ମଧ୍ୟ ବ୍ରାଉନସୁଗାର କାରବାର ନେଇ ମାମଲା ରହିଛି ।

Leave A Reply

Your email address will not be published.