ଭୁବନେଶ୍ୱର: ରାଜଧାନୀ ଚାଲିଛି ନକଲି କାରବାର । ଅସଲି ଦରରେ ବିକ୍ରି ହେଉଛି ନକଲି ମାଲ୍ । ପୁଣି ଠାବ ହେଲା ଆଉ ଏକ ନକଲି କାରଖାନା । ନକଲି ଇଂଜିନ୍ ଅଏଲ୍ କାରଖାନା ଠାବ କରିଛି ପୋଲିସ । ଏହି କାରବାରରେ ସମ୍ପୃକ୍ତ ଥିବା ମାଷ୍ଟାର ମାଇଣ୍ଡ ବାବାଜୀ ସାହୁଙ୍କ ସମେତ ୩ ଜଣଙ୍କୁ ପୋଲିସ ଗିରଫ କରିଛି ।
ପୋଡା ମୋବିଲ୍ ଓ କିରୋସିନରେ ପ୍ରସ୍ତୁତ ହେଉଥିଲା ନକଲି ଇଂଜିନଅଏଲ । ସୂଚନା ଅନୁସାରେ ବାବାଜୀ ସାହୁଙ୍କ ଇସାରା ଚାଲୁଥିବା ଏହି ପୁରା କାରବାର । ଭୁବନେଶ୍ୱର ଚକେଇସିଆଣୀ ଅଂଚଳରେ ଠାବ ହୋଇଛି ଏହି ନକଲି ଇଂଜିନ୍ ଅଏଲ୍ କାରଖାନା । ପୁଲିସ୍ ଚଢ଼ାଉ ବେଳେ ୬୫ ବ୍ୟାରେଲ୍ କିରୋସିନ୍, ୭୦ ବ୍ୟାରେଲ୍ ପୋଡ଼ା ମୋବିଲ୍, ୨ଟି ଲ୍ୟାପଟପ୍ ଓ ୨ଟି କାଲକୁଲେଟର ଜବତ କରିଛି ।
ସୂଚନା ମୁତାବକ, ବାଇକ୍ ଓ କାର୍ରେ ବ୍ୟବହୃତ ଲୁବ୍ରିକାଣ୍ଟ ଏଠାରରେ ପ୍ରସ୍ତୁତ ହେଉଥିଲା। ବିଭିନ୍ନ ଗ୍ୟାରେଜ୍ରୁ ଖାଲି ଡବା ସଂଗ୍ରହ କରାଯିବା ସହ ବିଭିନ୍ନ ବ୍ରାଣ୍ଡର ଡବା କଲିକତାରେ ପ୍ରସ୍ତୁତ ହୋଇ ଆସୁଥିଲା। ଏଠାରେ ପୋଡ଼ା ମୋବିଲ ଓ ଟ୍ରାନ୍ସ୍ଫର୍ମର ଅଏଲ ମିଶ୍ରଣ କରାଯାଇ ନକଲି ଲୁବ୍ରିକାଣ୍ଟ ପ୍ରସ୍ତୁତ ହେଉଥିଲା। ଗ୍ୟାରେଜ୍ ମାଲିକ ଏହି ନକଲି ମାଲ୍କୁ ଅସଲ ଦରରେ ବିକ୍ରି କରୁଥିଲା। ଭୁବନେଶ୍ବର ସମେତ ଉପକଣ୍ଠରେ ଅଧିକ ପରିମାଣରେ ଏହି ନକଲି ଇଂଜିନଅଏଲ ବିକ୍ରି ହେଉଥିଲା। ପୁରୀ, କଟକ ମଧ୍ୟ ପଠା ଯାଉଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
Comments are closed.