Latest Odisha News

BREAKING NEWS

ଟ୍ରମ୍ପ କହିଲେ କରୋନା ମୃତ୍ୟୁର ସଠିକ ତଥ୍ୟ ଦେଉନି ଭାରତ

ଓ୍ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆୟୋଜିତ ଡିବେଟରେ ଡୋନାଲ୍ଡ ଟ୍ରମ୍ପ କରୋନା ମୃତ୍ୟୁସଂଖ୍ୟା ନେଇ ଭାରତ ଉପରେ ବଡ଼ ଅଭିଯୋଗ ଆଣିଛନ୍ତି । ପ୍ରତିଦ୍ୱନ୍ଦୀ ଜୋ ବିଡେନ୍ ଉଠାଇଥିବା ପ୍ରଶ୍ନର ଜବାବରେ ଏମିତି କିଛି ଗମ୍ଭୀର କଥା କହିଛନ୍ତି । ୟାହାକି ଭାରତ, ରୁଷିଆ ଓ ଚୀନ ଭଳି ଦେଶ ପାଇଁ ଏକ ଆହ୍ୱାନ ।

ଜୋ ବିଡେନଙ୍କ ପ୍ରଶ୍ନର ଉତ୍ତରରେ ଡୋନାଲ୍ଟ ଟ୍ରମ୍ପ କହିଥିଲେ, ଆପଣ ଜାଣି ନାହାନ୍ତି ପ୍ରକୃତରେ ଭାରତ, ରୁଷିଆ ଓ ଚୀନରେ କେତେ ଲୋକଙ୍କର ପ୍ରାଣ ନେଇଛି ମହାମାରୀ । ଡିବେଟ୍ ବେଳେ ଟ୍ରମ୍ପ ଅଭିଯୋଗ କରିଥିଲେ ଯେ କରୋନା ମୃତ୍ୟୁସଂଖ୍ୟାର ସଠିକ ତଥ୍ୟ ଭାରତ, ଚୀନ ଓ ରୁଷିଆ ଦେଉ ନାହାନ୍ତି ।

କରୋନା ମୁକାବିଲା କଥା କହି ଜୋ ବିଡେନଙ୍କ ଉପରେ ବର୍ଷିଥିଲେ ଡୋନାଲ୍ଡ ଟ୍ରମ୍ପ । କହିଥିଲେ, ଏହି ସମୟରେ ବିଡେନ୍ ରାଷ୍ଟ୍ରପତି ଥିଲେ ଦେଶରେ ମୃତ୍ୟୁସଂଖ୍ୟା ୨୦ ଲକ୍ଷ ଟପି ଯାଇ ଥାଆନ୍ତା । ପାଲଟା ହମଲାରେ ବିଡେନ୍ କହିଛନ୍ତି, ଟ୍ରମ୍ପଙ୍କ ପାଖରେ କୌଣସି ପ୍ଲାନ ନାହିଁ । ଆମେରିକା ଇତିହାସରେ ଏଯାଏଁ ସବୁଠୁ ଖରାପ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

Leave A Reply

Your email address will not be published.