ଭଦ୍ରକ: ମାଡ଼ି ଆସୁଛି ବାତ୍ୟା ୟସ୍ । ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର ହୋଇଛି । ଭଦ୍ରକ ଜିଲ୍ଲାର ବିଭିନ୍ନ ପଞ୍ଚାୟତର ପ୍ରଭାବିତ ଆଶଙ୍କା ଥିବା ଗାଁରୁ ଲୋକଙ୍କୁ ଖାଲି କରାଯାଉଛି । ସୁରକ୍ଷିତ ସ୍ଥାନକୁ ନେଉଛନ୍ତି ପୋଲିସ ଓ ଉଦ୍ଧାରକାରୀ ଟିମ୍ । ବିଶେଷ କରି ଗର୍ଭବତୀ, ନବଜାତ ଓ ରୋଗାକ୍ରାନ୍ତଙ୍କୁ ସ୍ଥାନାନ୍ତର ବେଳେ ବିଶେଷ ଧ୍ୟାନ ଦିଆଯାଉଛି । ପୋଲିସ କର୍ମଚାରୀମାନେ ଗାଁ ଗାଁରେ ପହଞ୍ଚି ସେମାନଙ୍କୁ ସ୍ଥାନାନ୍ତର କରୁଛନ୍ତି । କିଛି ସ୍ଥାନରେ ମହିଳା ପୋଲିସ ନିଜେ ନବଜାତଙ୍କୁ କୋଳେଇ ଘରୁ ଗାଡ଼ିକୁ ଆଣୁଛନ୍ତି ।
Visuals from Chandabali And Naikanadihi where our officers are carrying infants and guiding children, women, and other locals to safety.
We are Committed to evacuate each single person. #MissionZeroCasualty #CycloneYaas @igerbalasore @odisha_police @CharanMeena_IPS pic.twitter.com/TZt9NeZbV3— Bhadrak Police (@SpBhadrak) May 25, 2021
ବୃଦ୍ଧବୃଦ୍ଧା, ରୋଗରେ ପୀଡ଼ିତ ଲୋକଙ୍କୁ ହାତ ଧରି, ହ୍ୱିଲ୍ ଚେୟାର ଜରିଆରେ ଗାଡ଼ିରେ ବସାଇ ସୁରକ୍ଷିତ ସ୍ଥାନକୁ ନେଉଛନ୍ତି ପୋଲିସ ଅଧିକାରୀ ଓ କର୍ମଚାରୀ । କରୋନା କାଳରେ ଯଦିଓ ବାତ୍ୟା ମୁକାବିଲା ବଡ଼ ଚ୍ୟାଲେଞ୍ଜ ତଥାପି ଲୋକଙ୍କୁ ସୁରକ୍ଷା ଓ ଜୀବନ ରକ୍ଷା ଏବେ ପୋଲିସ ଆଗରେ ପ୍ରାଥମିକତା ।
Out officers are carrying infants and guiding children, women, and other locals to safety.
We are Committed to evacuate each single person. #MissionZeroCasualty #CycloneYaas @igerbalasore @odisha_police @CharanMeena_IPS pic.twitter.com/xiC9qLKGmN— Bhadrak Police (@SpBhadrak) May 25, 2021
ଜିରୋ କାଜୁଆଲିଟିକୁ ଫୋକସ କରି ପୋଲିସ ଓ ପ୍ରଶାସନ ମିଳିତ ଭାବରେ ସ୍ଥାନାନ୍ତରରେ ଲାଗିଛନ୍ତି । ନିଜ୍ ଭଦ୍ରକ ଏସପି ଗ୍ରାଉଣ୍ଡରେ ପହଞ୍ଚି ସ୍ଥାନାନ୍ତର କାମ ବୁଲି ଦେଖୁଛନ୍ତି । ଭଦ୍ରକ ଜିଲ୍ଲାରୁ ପାଖାପାଖି ଲକ୍ଷେ ଲୋକଙ୍କୁ ଆଜି ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତର କରାଯିବ । ଯେମିକି କେହି ଜଣେ ହେଲେ ରହି ନଯାଆନ୍ତି ତାଉପରେ ଗୁରୁତ୍ୱ ଦିଆଯାଉଛି । ସେହିପରି ବାତ୍ୟା ପରବର୍ତ୍ତୀ ମୁକାବିଲା ପାଇଁ ବି ସମସ୍ତେ ପ୍ରସ୍ତୁତ ।
Visited Low Lying Areas And Cyclone Shelter Houses under Dhamara Area & Reviewed the Evacuation Process.We appeal to villagers living in vulnerable low-lying areas to shift to CSHs. We are Committed to evacuate each single person to the safety. #MissionZeroCasualty #CycloneYaas pic.twitter.com/jO1TW63cIl
— Bhadrak Police (@SpBhadrak) May 25, 2021
Comments are closed.