Latest Odisha News

BREAKING NEWS

ନିଶାସକ୍ତ ଗାଡ଼ି ଚାଳକଙ୍କୁ କାବୁ କଲେ ପୋଲିସ କମିଶନର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ବ୍ୟସ୍ତବହୁଳ ରାସ୍ତାରେ ବୁଧବାର ସନ୍ଧ୍ୟାରେ ଜଣେ ନିଶାସକ୍ତ ଗାଡ଼ି ଚାଳକଙ୍କୁ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କାବୁ କରିଥିବା ନେଇ ଜଣାପଡିଛି।

ସଂପୃକ୍ତ ନିଶାସକ୍ତ ଗାଡି ଚାଳକ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ନିକଟସ୍ଥ ଅତାଲା ବାସିନ୍ଦା କିଂସୁକ ସରକାର ବୋଲି ଜଣାପଡିଛି।

ପ୍ରାପ୍ତ ସୂଚନା ଅନୁଯାୟୀ କିଂସୁକ୍ ନିଜ କାର ଯୋଗେ ରସୁଲଗଡ଼ରୁ ହଂସପାଳ ଦେଇ ଯାଉଥିବା ବେଳେ ପୋଲିସ କମିଶନରଙ୍କ ନଜରରେ ପଡ଼ିଥିଲେ। ଯିଏକି ସେ ସମୟରେ କଟକ ଅଭିମୁଖେ ଯାଉଥିଲେ। ପରେ ଶ୍ରୀ ଷଡ଼ଙ୍ଗୀ ଗାଡିରୁ ଓହ୍ଲାଇ ସମ୍ପୃକ୍ତ ଯୁବକଙ୍କୁ କାବୁ କରିଥିଲେ।

ସଂପୃକ୍ତ ଯୁବକ ଏକ ପାର୍ଟିରୁ ଫେରୁଥିବା ବେଳେ ସେ ନିଶାସକ୍ତ ଅବସ୍ଥାରେ ଥିଲା। ପରେ କାର୍ଯ୍ୟାନଷ୍ଠାନ ପାଇଁ ପୋଲିସ କମିଶନର ତାଙ୍କୁ ମଞ୍ଚେଶ୍ୱର ପୋଲିସକୁ ହସ୍ତାନ୍ତର କରିଥିଲେ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.